Latest Odisha News

BREAKING NEWS

ତନୁଜା ଆଇଚ୍ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲେ ପୋଲିସ, କୋଲକାତାରୁ ଧରାପଡ଼ିଲେ ଅଭିଯୁକ୍ତ ସ୍ୱାମୀ

ଭୁବନେଶ୍ୱର: ରାଜଧାନୀ ଲିଙ୍ଗରାଜ ଥାନାର ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରୁ ସୋମବାର ଦିନ କାର ଭିତରୁ ମହିଳାଙ୍କ ମୃତଦେହ ମିଳିଥିଲା । ଏହା ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ମହିଳାଙ୍କ ସ୍ୱାମୀଙ୍କୁ ପୋଲିସ କୋଲକାତାରୁ ଗିରଫ କରିଛି । ଅଭିଯୁକ୍ତ ସଂଗ୍ରାମ ଅନ୍ୟ ଏକ ମହିଳାଙ୍କ ସହିତ ସଂପର୍କ ରଖିଥିବାକୁ କେନ୍ଦ୍ରକରି ଘଟଣା ଦିନ ପତି-ପତ୍ନୀଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିବା କଥା ପ୍ରକାଶ କରିଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି ।

ଆଜି ଏକ ପ୍ରେସମିଟରେ ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି ଏହି ଘଟଣାର ପର୍ଦ୍ଦାଫାଶ କରିଛନ୍ତି । ମୃତ ମହିଳା ତନୁଜା ଆଇଚ୍ ଙ୍କ ସ୍ୱାମୀ ସଂଗ୍ରାମ ଆଇଚଙ୍କୁ ପୋଲିସ ଗିରଫ କରି ପଚରାଉଚରା ପରେ ସଂଗ୍ରାମ ସମସ୍ତ କଥା ପୋଲିସ ଆଗରେ କହିଛନ୍ତି ।

ବିବାହ ପରଠାରୁ ତନୁଜାଙ୍କ ସ୍ୱାମୀ ଅନ୍ୟ ଜଣେ ଝିଅ ସହିତ ସମ୍ପର୍କ ରଖିଥିଲେ । ଏହାକୁ କେନ୍ଦ୍ରକରି ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବହୁବାର ଝଗଡ଼ା ମଧ୍ୟ ହୋଇଛି । ଘଟଣା ଦିନ ରାତିରେ ଝଗଡ଼ା ସୃଷ୍ଟି ହେବାରୁ ତନୁଜାଙ୍କ ମୁଣ୍ଡରେ ପ୍ରଚଣ୍ଡ ଆଘାତ ଲାଗିଥିଲା । ଆହତ ପତ୍ନୀଙ୍କୁ ସଂଗ୍ରାମ କଟକର ବିଭିନ୍ନ ହସ୍ପିଟାଲକୁ ନେଇଥିଲେ ମଧ୍ୟ ତନୁଜାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଯୋଗୁଁ ଚିକିତ୍ସା କରିପାରିନଥିଲେ । ଭୁବନେଶ୍ୱରକୁ କାର୍ ଯୋଗେ ଫେରୁଥିବା ବେଳେ ବାଟରେ ଏକ ହାଇୱା ସହିତ କାରର ଦୁର୍ଘଟଣା ହୋଇ କାର୍ କ୍ଷତିଗ୍ରସ୍ତ ହୋଇଥିଲା । ସେହି କାର୍ରେ ମଧ୍ୟ ତନୁଜାଙ୍କ ପତ୍ନୀ ଏବଂ ତାଙ୍କ ବାନ୍ଧବୀ ରହିଥିବାର ସୂଚନା ଦେଇଛନ୍ତି ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି ।

ଆଜି ଏକ ପ୍ରେସମିଟ୍ ମାଧ୍ୟମରେ ଏହି ହତ୍ୟାକାଣ୍ଡର ସୂଚନା ପ୍ରଦାନ କରିଛନ୍ତି ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି । ଅଭିଯୁକ୍ତ ସଂଗ୍ରାମ ଆଇଚଙ୍କ ନାମରେ ପୂର୍ବରୁ ଥାନାରେ ଏକ ଦୁଷ୍କର୍ମ ମାମଲା ରହିଥିବାର ଗଣମାଧ୍ୟମ ଆଗରେ କହିଛନ୍ତି ପୋଲିସ କମିଶନର୍ ।

Leave A Reply

Your email address will not be published.