Latest Odisha News

BREAKING NEWS

ଭାରତ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ: ପ୍ରଥମ ପଦାର୍ପଣରେ ପୃଥ୍ୱୀ ସ’ଙ୍କ ଦମଦାର ଶତକ

ରାଜକୋଟ : ଦୁଇଟି ଟେଷ୍ଟ ମ୍ୟାଚକୁ ନେଇ ରାଜକୋଟ ଠାରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଥିବା ଟେଷ୍ଟ ସିରିଜର ଆଜି ହେଉଛି ପ୍ରଥମ ମ୍ୟାଚ । ଏହି ଟେଷ୍ଟ ମ୍ୟାଚରେ ପ୍ରଥମ ପର୍ଦାପଣ କରି ଭାରତୀୟ ଓପନର ପୃଥ୍ୱୀ ସ’ ଦମଦାର ଶତକ ହାସଲ କରିଛନ୍ତି ।

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ମ୍ୟାଚରେ କପ୍ତାନ ବିରାଟ କୋହଲି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ମ୍ୟାଚରେ ଭାରତୀୟ ଓପନର ପୃଥ୍ୱୀ ସ’ ୧୩୪ ରନର ଶତକୀୟ ଇଂନିସ ଖେଳି ରେକର୍ଡ ସୃଷ୍ଟି କରିଛନ୍ତି । ଅନ୍ୟ ବ୍ୟାଟ୍ସ ମାନଙ୍କ ମଧ୍ୟରେ ଚେତେଶ୍ୱର ପୂଜାରା ୮୬ ରନର ପାଳି ଖେଳି ଆଉଟ ହୋଇଛନ୍ତି । ବର୍ତ୍ତମାନ କ୍ରିଜରେ ଅଧିନାୟକ ବିରାଟ କୋହଲି ଅପରାଜିତ ଭାବେ ୬୭ ରନ କରି ଖେଳୁଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଏଯାଏଁ ଭାରତ ୪ ୱିକେଟ ବିନମୟରେ ୩୪୯ ରନ କରିପାରିଛି ।

Leave A Reply

Your email address will not be published.