ଭୁବନେଶ୍ୱର: ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ରାଜଧାନୀର ଏକ ପୋଲିସ ଷ୍ଟେସନରେ କାର୍ୟ୍ୟରତ ସବ୍-ଇନ୍ସପେକ୍ଟର (ଏସଆଇ) ଙ୍କୁ ନିଲମ୍ବିତ କରିଛନ୍ତି।
ଉକ୍ତ ଅଭିଯୁକ୍ତ ଏସଆଇ ଜଣକ ରାକେଶ ସାମଲ ବୋଲି ଜଣାପଡିଛି।
ପ୍ରାପ୍ତ ସୂଚନାନୁଯାୟୀ, ସୋସିଆଲ ମିଡିଆ ମାଧ୍ୟମରେ ଯୁବତୀ ଜଣକ ରାକେଶଙ୍କୁ ଭେଟିଥିଲେ। ସେମାନଙ୍କ ସମ୍ପର୍କରେ ପରିବାର ସଦସ୍ୟ ଜାଣିବା ପରେ ବିବାହ ପାଇଁ ରାଜି ହୋଇଥିଲେ। ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ଗଢି ଉଠିବା ସହ ସମ୍ପୃକ୍ତ ଯୁବତୀ ଗର୍ଭଧାରଣ କରିଥିଲେ ଜ୍ଝ ହେଲେ ରାକେଶ ତାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ।
ତେବେ ପୋଲିସ ବାବୁ ତାଙ୍କୁ ବିବାହ କରିବାକୁ ମନା କରିବାରୁ ସେ ଆତ୍ମହତ୍ୟା କରିବା ଲାଗି ଉଦ୍ୟମ କରିଥିଲେ।
ପରେ ଏନେଇ ଉଭୟ ପରିବାର କ୍ୟାପିଟାଲ ଥାନାରେ ପାରସ୍ପରିକ ଚୁକ୍ତି ମଧ୍ୟ କରିଥିଲେ। ତଦନୁଯାୟୀ ୧୫ ଦିନ ମଧ୍ୟରେ ରାକେଶ ଯୁବତୀଙ୍କୁ ବିବାହ କରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ସେବେଠାରୁ ଏସଆଇ ଫେରାର ଥିଲେ।
ତେବେ ଅନ୍ୟ କୌଣସି ବିକଳ୍ପ ନପାଇ ପୀଡିତା ଅତିରିକ୍ତ ପୋଲିସ କମିଶନର ଅନୁପ ସାହୁଙ୍କ ନିକଟରେ ଅଭିଯୋଗ କରିଥିଲେ।
Comments are closed.