Latest Odisha News

BREAKING NEWS

ବଢୁଛି ଚିନ୍ତା; କରୋନା ସଂକ୍ରମଣରେ ଚୀନକୁ ଟପିବ ଭାରତ !

ନୂଆଦିଲ୍ଲୀ: ଚାହୁଚାହୁଁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ଟପିଲାଣି । ମୃତ୍ୟୁ ସଂଖ୍ୟା ମଧ୍ୟ ଲଗାତାର ବଢ଼ିବାରେ ଲାଗିଛି । ଭାରତରେ ଲଗାତାର ବଢୁଥିବା ଏହି ସଂଖ୍ୟା ପାଲଟିଛି ଚିନ୍ତାର କାରଣ । ବିଶ୍ବରେ କ‌ରୋନା ପ୍ରଭାବିତ ଦେଶ ମାନଙ୍କ ମଧ୍ୟରେ ଭାରତ ଏବେ ଦ୍ବାଦଶ ସ୍ଥାନରେ ପହଞ୍ଚିଛି।

କରୋନା ସଂକ୍ରମଣରେ କାନାଡ଼ାକୁ ଅତିକ୍ରମ କରି ଦ୍ଵାଦଶ ସ୍ଥାନରେ ପହଞ୍ଚିଛି ଭାରତ । ଭାରତ ଉପରକୁ ରହିଛି କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳ ଚୀନ । ଏବେ ବିଶ୍ବରେ ସର୍ବାଧିକ ପ୍ରଭାବିତ ଦେଶ ମଧ୍ୟରେ ଚୀନ ରହିଛି ଏକାଦଶ ସ୍ଥାନରେ ।

ଭାରତରେ ବଢୁଥିବା ସଂକ୍ରମଣ ମାତ୍ରାକୁ ଦେଖିଲେ ଲାଗୁଛି ଆଉ ୨ ରୁ ୩ ଦିନ ମଧ୍ୟରେ ଭାରତ ଚୀନ୍‌କୁ ମଧ୍ୟ ଟପିଯିବ ।

ସୂଚନା ଅନୁଯାୟୀ ଏହି ତାଲିକାରେ ଭାରତ ତଳକୁ ଥିବା କାନାଡ଼ାରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୭୧ ହଜାର ଟପିଥିବାପେଳେ ଭାରତ ଉପରେ ଥିବା ଚୀନ୍‌ରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୮୪ ହଜାର ୪୫୧ ରହିଛି।

ବିଶ୍ବରେ ସର୍ବାଧିକ ଆକ୍ରାନ୍ତ ଆମେରିକାରେ ଚିହ୍ନଟ ହୋଇଛନ୍ତି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧୪ ଲକ୍ଷ ଟପିଯାଇଥିବା ବେଳେ ମୃତ୍ୟୁସଂଖ୍ୟା ୮୩ ହଜାର ଟପିଛି । ଏହା ପଛକୁ ରହିଛନ୍ତି ସ୍ପେନ୍‌, ରୁଷ୍‌, ବ୍ରିଟେନ୍‌, ଇଟାଲି, ଫ୍ରାନ୍ସ, ବ୍ରାଜିଲ୍‌, ଜର୍ମାନୀ, ତୁର୍କୀ, ଇରାନ୍‌ ଏବଂ ଚୀନ୍‌ ରହିଛି।

Leave A Reply

Your email address will not be published.