Latest Odisha News

BREAKING NEWS

ଲକଡାଉନରେ ଓଡିଶାର ଏମଏସଏମଇ ମହିଳା ଉଦ୍ୟୋଗୀଙ୍କ ସମସ୍ୟା ନେଇ ୱେବିନାର

ଭୁବନେଶ୍ୱର: କ୍ଷୁଦ୍ର ଓ ମଧ୍ୟମ ମହିଳା ଉଦ୍ୟୋଗୀ ମାନେ କରୋନା ମହମାରୀ ଯୋଗୁଁ ହୋଇଥିବା ତାଲାବନ୍ଦ ସମୟରେ ଅନେକ ପ୍ରଭାବିତ ହେଉଛନ୍ତି । ଏନେଇ ଷ୍ଟାର୍ଟ ଅପ୍ ଓଡିଶା ଏବଂ ଲେକ୍ସଷ୍ଟାର୍ଟ ପାର୍ଟନର୍ସ ସହଭାଗିତାରେ FICCI FLO ଭୁବନେଶ୍ୱର ଅଧ୍ୟାୟର ମହିଳା ଉଦ୍ୟୋଗୀମାନେ ସମ୍ମୁଖୀନ ହେଉଥିବା ଅସୁବିଧାର ମୁକାବିଲା ପାଇଁ ଏକ ୱେବିନିନାର ଆୟୋଜନ କରିଥିଲେ ।

ଏହି ପ୍ୟାନେଲିଷ୍ଟରେ ଉଦ୍ୟୋଗୀ ପୁନମ ମହାପାତ୍ର, ରେଖା ଚିହ୍ନାରି, ସୁନୀତା ମହାନ୍ତି, ସାଧବ ବ୍ରହ୍ମା ପ୍ରମୁଖ ନିଜର ମତ ଉପସ୍ଥାପନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲେକ୍ସଷ୍ଟାର୍ଟର ମହିଳା ଆଇନ ପରାମର୍ଶଦାତା ଅନିଶା ପଟ୍ଟନାୟକ ଏବଂ ଷ୍ଟାର୍ଟଅପ୍ ଓଡିଶାର ମୁଖ୍ୟ ପ୍ରଶାନ୍ତ ବିଶ୍ୱାଳ ରହିଥିଲେ।

ପିଙ୍କ ଗ୍ଲୋ ଭୁବନେଶ୍ୱରର ସଭାପତି ଧରିତ୍ରୀ ପଟ୍ଟନାୟକ ଏହି ଆଲୋଚନାକୁ ପରିଚାଳନା କରିଥିଲେ।

କରୋନା ମହାମାରୀ ଯୋଗୁଁ ଉପୁଜିଥିବା ଆର୍ଥିକ ମାନ୍ଦାବସ୍ଥା କ୍ଷୁଦ୍ର ଓ ମାଧ୍ୟମ ଧରଣର ଶିଳ୍ପାନୁଷ୍ଠାନକୁ ଅନେକ ମାତ୍ରାରେ ପ୍ରଭାବିତ କରିଛି।

Leave A Reply

Your email address will not be published.