ରାଉରକେଲା: କମୁନି ଦାଦନଙ୍କ ଦୁଃଖ । ସବୁ ସୀମା ଟପି ଯାଇଛି ପ୍ରବାସୀଙ୍କ ଦୁଃଖ । ପ୍ରତିଦିନ ଦେଖିବାକୁ ମିଳିଛୁ ଦୟନୀୟ ଚିତ୍ର । ଚଲାପଥ ଆଗରେ ହାରିଗଲା ମାଆର ମମତା । ଆଉ ଚାଲିପାରିଲାନି । ଜନ୍ମ ପରେ ଛୁଆକୁ ରାସ୍ତାରେ ଛାଡି ଚାଲିଗଲା ମାଆ । ସହିପାରିଲାନି ଭୋକର ଜ୍ୱାଳା । ଲକଡାଉନ କଟକଣା ଭିତରେ ଆଜି ଏଭଳି କରୁଣ ଚିତ୍ର ସାମ୍ନାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ସାନନୂଆଗାଁରେ ।
ଝାଡ଼ଖଣ୍ଡରୁ ଚାଲି ଚାଲି ଛତିଶଗଡ଼ ଯାଉଥିଲେ କିଛି ଶ୍ରମିକଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଥିଲେ। ତେବେ ବାଟରେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ତେବେ ଭୋକିଲା ପେଟରେ ଚାଲି ଚାଲି ଥକି ଯାଇଥିବା ମହିଳା ଜଣକ ଆଉ ଚାଳିପାରି ନଥିଲେ । ଶେଷରେ ନବଜାତ ଶିଶୁଟିକୁ ସେଇଠି ଅଧା ରାସ୍ତାରେ ଛାଡି ଦେଇ ଚାଲିଯାଇଥିଲେ ।
ପରେ ଖବର ପାଇ ସ୍ଥାନୀୟ ଲୋକେ ଶିଶୁଟିକୁ ଉଦ୍ଧାର କରି ଚାଇଲ୍ଡ ଲାଇନ୍କୁ ଖବର ଦେଇଥିଲେ । ଶିଶୁଟିକୁ ଚାଇଲ୍ଡ ଲାଇନ୍ ଟିମ୍ ଉଦ୍ଧାର କରି ପ୍ରଥମେ ଆଇଜିଏଚରେ ଭର୍ତ୍ତି କରିଥିଲା । ପରେ ଶିଶୁପାଳନ ସଂସ୍ଥା ଦିଶାକୁ ହସ୍ତାନ୍ତର କରାଯାଇଛି । ଏବେ ଶିଶୁଟିର ଅବସ୍ଥା ଭଲ ଅଛି ।
Comments are closed.