ପ୍ୟାରିସ :୮ ଲକ୍ଷ ଲୋକଙ୍କ ହତ୍ୟା ପଛରେ ହାତ ଥିବା ଆଫ୍ରିକାର ମୋଷ୍ଟ ୱାଣ୍ଟେଡ୍ ମ୍ୟାନ୍ ଲିସିଫେଆନ କବୁଗା ଫ୍ରାନ୍ସରେ ଲୁଚି ଗିରଫ ହୋଇଛନ୍ତି । କବୁଗା ମିଛ ପରିଚୟ ପତ୍ରରେ ପ୍ୟାରିସ୍ରେ ୨୫ ବର୍ଷ ହେଲା ପୁଲିସ୍କୁ ଚକମା ଦେଖାଇ ଲୁଚି ରହୁଥିଲା । ଆଫ୍ରିକାର ରୱାଣ୍ଡାରେ ୧୯୯୪ରେ ୩ ମାସରୁ ଅଧିକ ସମୟ ଯାଏ ଭୀଷଣ ନରସଂହାର ହୋଇଥିଲା । ଏହି ସମୟରେ ୮ଲକ୍ଷରୁ ଅଧିକ ଏଥନିକ୍ ଟୁଟ୍ସିସ୍ ଓ ମଡର୍ନ ହୁତୁସଙ୍କୁ ମାରି ଦିଆଯାଇଥିଲା । ନରସଂହାର ପାଇଁ କବୁଗା ଧନ ରାଶି ସାହାଯ୍ୟ କରିଥିଲା ଏବଂ ନିଜର କମ୍ପାନୀ ଜରିଆରେ ଅସ୍ତ୍ରଶସ୍ତ୍ର ସପ୍ଲାଇ ମଧ୍ୟ କରିଥିଲା । ସେ ରୱାଣ୍ଡାର ସବୁଠୁ ଧନୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲା ।
ନରସଂହାରର କିଛି ବର୍ଷ ପରେ ରୱାଣ୍ଡାରେ ଖୋଦନ ଅଭିଯାନ ଚାଲିଥିଲା । ଆଉ ସେଠାରୁ ଅନେକ ଶରୀରର ଅବଶେଷ ମିଳିଥିଲା । ସେ ଜର୍ମାନୀ, ବେଲଜିୟମ , କେନିୟା , ସ୍ୱିଜରଲ୍ୟାଣ୍ଡ ଆଦି ଦେଶରେ ମଧ୍ୟ ଲୁଚି ରହିଥିଲା । ୧୯୯୭ରେ ୟୁନାଇଟେଡ୍ ରାଷ୍ଟ୍ରର ଇଣ୍ଟରନ୍ୟାସନାଲ କ୍ରିମିନଲ ଟ୍ରିବ୍ୟୁନାଲ ଫର ରୱାଣ୍ଡା କବୁଗାଙ୍କୁ ଦୋଷୀ କରାଇଥିଲେ ।
BREAKING NEWS
- ଟି ସର୍ଟ ମାଧ୍ୟମରେ ଅଗରକରଙ୍କୁ ଟାର୍ଗେଟ କରିଛନ୍ତି କି ରୋହିତ
- Operation Anweshan:ଓଡ଼ିଶା ପୋଲିସକୁ ବଡ ସଫଳତା;୧୦୧ ଶିଶୁ ଉଦ୍ଧାର,ସର୍ବାଧିକ ୩୦ ଶିଶୁ ପଶ୍ଚିମବଙ୍ଗରୁ…
- ପ୍ରଶଂସକଙ୍କୁ ନିରାଶ କରିଛି ବିଶ୍ୱକପ ଖେଳିବା ନେଇ ରୋହିତଙ୍କ ବୟାନ
- ଭାରତରେ କାହିଁକି ଶସ୍ତା ହେଉନି ଆପଲ୍ ଫୋନ୍?
- ଦୀର୍ଘ ୧୪ ବର୍ଷ ପରେ ଦୁଲୀପ ଟ୍ରଫି ଚାମ୍ପିୟନ୍ ହେଲା ଇଷ୍ଟ ଜୋନ୍
- ପାକିସ୍ତାନକୁ ୧୯-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ଭାରତ
- ନବୋଦୟ ବିଦ୍ୟାଳୟ ଶିକ୍ଷକଙ୍କ ମାଡ଼ରେ ଭାଙ୍ଗିଗଲା ଛାତ୍ରଙ୍କ ଦାନ୍ତ; ଚିକିତ୍ସାଳୟରେ ଭର୍ତ୍ତି
- ଟିପିଏନ୍ଓଡ଼ିଏଲ୍ର ‘ସୌର ରଥ’ ଅଭିଯାନ ଶୁଭାରମ୍ଭ: ରୁଫ୍ଟପ୍ ସୋଲାର ଆପଣାଇବାରେ ବାଲେଶ୍ୱର ରାଜ୍ୟରେ ପ୍ରଥମ
- UAE ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ
- Virushka in “Hanuman Ansh”: ଦର୍ଶକଙ୍କ ମନ କିଣୁଛି ‘ହନୁମାନ ଅଂଶ’, ଆସିବ ସିକ୍ବେଲ୍…ପାର୍ଟ-୨ରେ ହେବ ବିରାଟ-ଅନୁଷ୍କାଙ୍କ ଏଣ୍ଟ୍ରି?

Comments are closed.