Latest Odisha News

BREAKING NEWS

ଏଣିକି ବସ ଚଳାଚଳରେ କିଛି ଅସୁବିଧା ନାହିଁ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବସ୍ ଚଳାଚଳ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି । ୧୦୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଳାଚଳ କରିବ ବୋଲି ସରକାରଙ୍କ ନିଷ୍ପତ୍ତି ପରେ ପରିବହନ ମନ୍ତ୍ରୀ କହିଛନ୍ତି ଯେ, ଏଥର ବସ ଚାଳିବାରେ କିଛି ଅସୁବିଧା ହେବନି। ସିଟ ଅନୁଯାୟୀ ଯାତ୍ରୀ ପରିବହନ ନେଇ ଅନୁମତି ଦିଆଯାଇଥିବାରୁ ଆଉ ବସ ମାଳିକମାନଙ୍କ କିଛି କ୍ଷତି ହେବନି ବୋଲି କହିଛନ୍ତି ମନ୍ତ୍ରୀ।

ଏପରିକି ବସ ମାଳିକମାନଙ୍କ ଟ୍ୟାକ୍ସ ଛାଡ଼ ସମ୍ପର୍କରେ ମଧ୍ୟ ସରକାର ଆଲୋଚନା କରୁଥିବା କହିଲେ ମନ୍ତ୍ରୀ । ଅନ୍ୟ ରାଜ୍ୟ ଯଥା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଆଦି ରାଜ୍ୟ ସହ ବସ ଚଳାଚଳ ନେଇ ଆଲୋଚନା କରାଯିବ। କୋଭିଡ ୧୯ ର ଗାଇଡ଼ ଲାଇନ ଅନୁଯାୟୀ ଯାତ୍ରୀଙ୍କ ସ୍କ୍ରିନିଂ ଓ ବସ ସାନିଟାଇଜ଼ କରାଯାଇ ବସ ଚଳାଚଳ କରାଯିବ। ଏ ସମ୍ପର୍କରେ ବସ ମଳିକସଙ୍ଘ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।

Leave A Reply

Your email address will not be published.