Latest Odisha News

BREAKING NEWS

ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ୧୧୨ ବର୍ଷରେ ପରଲୋକ

ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ । ଗୁରୁବାର ୧୧୨ ବର୍ଷ ବୟସରେ କ୍ୟାନ୍ସରରେ ପ୍ରାଣ ହରାଇଛନ୍ତି ଇଂଲଣ୍ଡର ବବ୍ ଓ୍ୱେଟନ୍ । ପେଶାରେ ସେ ଜଣେ ଶିକ୍ଷକ ଏବଂ ଇଞ୍ଜିନିୟର ଥିଲେ । ଗୁରୁବାର ସକାଳେ ଲଣ୍ଡନର ହ୍ୟାମସ୍ଫାୟାର ସହରରେ ତାଙ୍କର ମୃତ୍ୟୁ ହୋଇଛି । ଶୋଇଥିବାବେଳେ ଶାନ୍ତିପୂର୍ଣ୍ଣଭାବେ ଇହଧାମ ତ୍ୟାଗ କରିଥିବା କହିଛନ୍ତି ତାଙ୍କର ପରିବାର ଲୋକ ।

୧୯୦୮ ମସିହାର ମାର୍ଚ୍ଚ ୨୯ ତାରିଖରେ ଉତ୍ତର ଇଂଲଣ୍ଡର ୟର୍କସାୟାରେ ଜନ୍ମଗ୍ରହଣ କରିଥିଲେ ବବ୍ । ତାଙ୍କ ବାପା-ମାଆଙ୍କର ସାତଜଣ ସନ୍ତାଙ୍କ ମଧ୍ୟରୁ ସେ ଜଣେ ଥିଲେ । ଗତ ଫେବୃଆରୀ ମାସରେ ଜାପାନର ଚିତେଷୁ ଓ୍ୱାଟନେବଙ୍କ ମୃତ୍ୟୁ ପରେ ବବ୍ ଓ୍ୱେଟନଙ୍କୁ ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ମାନ୍ୟତା ମିଳିଥିଲା ଆଉ ତାଙ୍କ ନାଁ ସ୍ଥାନ ପାଇଥିଲା ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲ୍ଡ ରେକର୍ଡ୍ସରେ ।

ତେବେ ସେ ଜଣେ ମେଳାପୀ ମଣିଷ ଥିଲେ । ପଲିଟିକ୍ସ ଓ ଟେକ୍ନୋଲୋଜିରେ ଖୁବ୍ ରୁଚି ରଖୁଥିଲେ ବବ୍ । ସେ ଜଣେ ପ୍ରକୃତି ପ୍ରେମୀ ଥିବା ସହ ଜୀବନର ଶେଷ ପର୍ଯ୍ୟନ୍ତ ସେ ସମସ୍ତଙ୍କ ସହ ମିଶୁଥିଲେ ଏବଂ କଥାବାର୍ତ୍ତା ମଧ୍ୟ କରୁଥିଲେ । ତାଙ୍କ ପରିବାର ପାଇଁ ସେ ଜଣେ ରୋଲ୍ ମଡେଲ ଥିବା କହିଛନ୍ତି ତାଙ୍କ ପରିବାର ଲୋକ ।

Leave A Reply

Your email address will not be published.