ବେଜିଂ: ଏବେ ପଙ୍ଗପାଳ ଆକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ ପରି ରାଜ୍ୟରେ ଫସଲ ନଷ୍ଟ କରି ପଙ୍ଗପାଳ ଆଗେଇ ଚାଲିଛନ୍ତି । କେନ୍ଦ୍ର ସରକାର ସେଥିପାଇଁ ଅନେକଗୁଡିଏ ରାଜ୍ୟକୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଆସନ୍ତୁ ଜାଣିବା ଚୀନ ସରକାରଙ୍କ ଭୁଲ ଯୋଗୁ କିପରି ୬୦ ବର୍ଷ ତଳେ କୋଟି କୋଟି ଲୋକଙ୍କ ଅନାହରରେ ମୃତ୍ୟୁ ହୋଇଥିଲା ।
୧୯୫୮ରେ ମାଓ ଜେଡାଙ୍ଗ ଚୀନର ଶାସକ ଭାର ତୁଲାଇଥିଲେ । ସେ ଫସଲ ନଷ୍ଟ ନ ହେବ ବୋଲି ମଶା, ମାଛ୍ି, ମୂଷା ଓ ଘରଚଟିଆଙ୍କୁ ମାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ପୁରସ୍କାର ରାଶି ରଖାଯାଇଥିଲା । ଚୀନ ଲୋକେ ଘରଚଟିଆକୁ ଅଧିକ ସଂଖ୍ୟାରେ ମାରିବାକୁ ଲାଗିଲେ । ଧିରେ ଧିରେ ଏହାର ସଂଖ୍ୟା କମିବାକୁ ଲାଗିଲା । ସେ ସମୟରେ ପକ୍ଷୀ ବିଜ୍ଞାନୀ ଶୋ ଶିନ ତାଙ୍କୁ ପରାମର୍ଶ ଦେଇଥିଲେ ଘରଚଟିଆ ମାରିବା ରୋକିବା ପାଇଁ । ଏହା ନ ହେଲେ ପଙ୍ଗପାଳ ସଂଖ୍ୟା ବଢ଼ିଯିବ ଏବଂ ଫସଲ ବଂଚାଇବା କଷ୍ଟକର ହେବ ।ମାଓ ତାଙ୍କ ନିର୍ଦ୍ଦେଶକୁ ଫେରାଇ ନେଇଥିଲେ । କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା ।
ପଙ୍ଗପାଳସଂଖ୍ୟା ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ସେମାନଙ୍କୁ ରୋକିବା କଷ୍ଟକର ହୋଇ ପଡିଥିଲା । ଦେଶର ଅଧିକାଂଶ ଫସଲ ବର୍ବାଦ ହୋଇ ଯାଇଥିଲା । ଏହା ପରେ ଚୀନରେ ଲୋକେ ଅନାହରରେ ମରିବାକୁ ଲାଗିଲେ । ୨ରୁ ୩ କୋଟି ଲୋକ ଏଥିରେ ମରିଥିବା ଅନୁମାନ କରାଯାଏ । ଚୀନ ଇତିହାସର ଦୁଃଖଦ ଘଟଣାରେ ଏବେ ମଧ୍ୟ ଏହାକୁ ଗଣତି କରାଯାଏ ।
BREAKING NEWS
- କେନ୍ଦୁଝରରେ ବଡ଼ ଧରଣର ବ୍ୟାଙ୍କ ଠକେଇ: ଗ୍ରାହକଙ୍କ ଆକାଉଣ୍ଟରୁ ୩ କୋଟି ଲୁଟିଲେ ବାପା ପୁଅ
- ଭୂକମ୍ପ ନା ଅଲୌକିକ ଶକ୍ତି? ମୋରବୀର ନୂଆ କୂଅରେ ସମୁଦ୍ର ଭଳି ଉଛୁଳୁଛି ପାଣି
- ହାଇ ବିପି ଔଷଧ ଖାଉଛନ୍ତି କି? କ୍ୟାନସର ହେବା ନେଇ ଡବ୍ଲ୍ୟୁଏଚଓ ର ବଡ଼ ଚେତାବନୀ
- ଓଡ଼ିଶାରେ ଲୁହାପଥର ଖୋଳିବ କୋଲ୍ ଇଣ୍ଡିଆ
- Vigilance raids: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଡାଟା ଏଣ୍ଟ୍ରି ଅପରେଟର
- ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି ପରେ ମୁହଁ ଖୋଲିଲେ ପରିବହନ ମନ୍ତ୍ରୀ: ଗାଡ଼ିର ବୀମା ନଥିଲେ ମିଳିବନି ପେଟ୍ରୋଲ୍
- ଭାରତ-ଶ୍ରୀଲଙ୍କା ଟେଷ୍ଟ ଇତିହାସ: ରନରେ ସଚିନ, ୱିକେଟରେ ମୁରଲୀଧରନ ଶୀର୍ଷରେ
- ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଆଶ୍ୱସ୍ତି: ଛାଡ଼ପତ୍ର ଆବେଦନ ଫେରାଇ ନେଲେ ପତ୍ନୀ ସଙ୍ଗୀତା
- ଇଏମଆଇରେ କିଣାଯାଇଥିବା ଫୋନର ଦେୟ ନଦେଇପାରିଲେ କଣ ହେବ, RBI ଘୋଷଣା କଲା ନିୟମ
- ହକି ବିଶ୍ୱକପ: ଭାରତକୁ ବଡ ଝଟକା, ୨୮ ବର୍ଷ ପରେ ଘଟିଲା ଏ ଭଳି ଘଟଣା

Comments are closed.