Latest Odisha News

BREAKING NEWS

ସ୍କାଏମେଟ୍‌ର ଦାବି, କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ: ମହାମାରୀ କରୋନା ଭିତରେ ଆସିଛି ଖୁସି ଖବର । ଶୁକ୍ରବାର କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏନେଇ ଦାବି କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ । ସ୍କାଏମେଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ କେରଳରେ ଗତ କିଛି ଦିନ ଧରି ବର୍ଷା ଲାଗିରହିଛି । ସବୁ ପ୍ରକାରର ମାନଦଣ୍ଡକୁ ତର୍ଜମା କଲେ ଜଣାପଡ଼ୁଛି କି କେରଳରେ ମୌସୁମୀ ସ୍ପର୍ଶ କରିଛି । ମାତ୍ର ଆଇଏମଡି ଆନୁଷ୍ଠାନିକ ଭାବେ ଏହାର ଘୋଷଣା କରି ନାହିଁ।

ସ୍କାଏମେଟ ପକ୍ଷରୁ ଆହୁରି କୁହାଯାଇଛି ଯେ ଓଏଲଆର (ଆଉଟଗୋଇଙ୍ଗ ଲଙ୍ଗ ୱେଭ ରେଡିଏସନ) ଓ ଲାଗିରହିଥିବା ବର୍ଷାକୁ ବିଚାରକୁ ନେଲେ ତାହା ମୌସୁମୀର ଆଗମନକୁ ପ୍ରମାଣିତ କରୁଛି । ପୂର୍ବରୁ ସ୍କାଏମେଟ କହିଥିଲା ଯେ ମେ ୨୮ରେ ମୌସୁମୀ କେରଳ ଛୁଇଁବ । କିନ୍ତୁ ଏହି ପୂର୍ବାନୁମାନ ଅନୁସାରେ ଦୁଇଦିନ ବିଳମ୍ବରେ ମୌସୁମୀ ପହଞ୍ଚିଛି ।

ଆଇଏମଡି ପୂର୍ବରୁ ହିଁ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ଵାଭାବିକ ରହିବ ବୋଲି ପୂର୍ବାନୁମାନ କରିଛି। ଗତ ବର୍ଷ ଜୁନ ୮ରେ ମୌସୁମୀ କେରଳ ଛୁଇଁଥିଲା। ମାତ୍ର ଏଥର ମେ ୩୦ରେ ମୌସୁମୀର ଆଗମନ ହୋଇଛି। ଭାରତ କୃଷି ପ୍ରଧାନ ଦେଶ ଦୃଷ୍ଟିରୁ ମୌସୁମୀ ସ୍ଵାଭାବିକ ରହିବା ଦେଶର ଅର୍ଥବ୍ୟବସ୍ଥା ଲାଗି ଶୁଭ ସଙ୍କେତ। ଭାରତରେ ଅଧିକାଂଶ ଖରିଫ ଫସଲ ମୌସୁମୀ ବର୍ଷା ଉପରେ ନିର୍ଭର।

Leave A Reply

Your email address will not be published.