Latest Odisha News

BREAKING NEWS

ଭାରତୀୟ ନୌସେନା ଆରମ୍ଭ କରିବ ପରବର୍ତ୍ତୀ ପର୍ଯ୍ୟାୟ “ସମୁଦ୍ର ସେତୁ” ଅଭିଯାନ

ନୂଆଦିଲ୍ଲୀ: ବିଦେଶରେ ରହିଥିବା ପ୍ରବାସୀ ଭାରତୀୟଙ୍କୁ ସ୍ଵଦେଶ ଆଣିବା ପାଇଁ ଭାରତୀୟ ନୌସେନାର ଆଗାମୀ ସମୁଦ୍ର ସେତୁ ଅଭିଯାନ ଜୁନ ପହିଲାରୁ ଆରମ୍ଭ ହେବ ।

ଏହି ପର୍ଯ୍ୟାୟରେ ନୌସେନା ଜାହାଜ ଆଇଏନଏସ ଜଳଶ୍ଵ ଶ୍ରୀଲଙ୍କାର କଲମ୍ବୋରୁ ତାମିଲନାଡ଼ୁର ତୁତିକୋରିନକୁ ୭୦୦ ପ୍ରବାସୀଙ୍କୁ ଆଣିବ । ପରେ ମାଳଦୀପର ମାଲେରୁ ଆଉ ୭୦୦ ଭାରତୀୟଙ୍କୁ ତୁତିକୋରିନକୁ ଆଣିବ ।

ପୂର୍ବ ପର୍ଯ୍ୟାୟ ଅଭିଯାନରେ ଭାରତୀୟ ନୌସେନା ୧୪୮୮ ଭାରତୀୟଙ୍କୁ ମାଲେରୁ କୋଚି ଅଣାଯାଇଥିଲା। ଶ୍ରୀଲଙ୍କା ଓ ମାଳଦୀପରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆସିବାକୁ ଥିବା ନାଗରିକମାନଙ୍କର ତାଲିକା ପ୍ରସ୍ତୁତ କରାଯାଉଛି । ଜାହାଜରେ ଆସୁଥିବା ବ୍ୟକ୍ତିମାନଙ୍କୁ ସାମାଜିକ ଦୂରତ୍ଵ ନିୟମ ମାନିବା ସହ ସେମାନଙ୍କୁ ଯାତ୍ରାକାଳରେ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।

ତୁତିକୋରିନରେ ଓଲ୍ହାଇବା ପରେ ସେଠାରୁ ଆସିଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାରଙ୍କ ମାଲିକାନାରେ ଛଡାଯିବା ନେଇ କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ବୈଦେଶିକ ବ୍ୟାପାର, ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ସମେତ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥାଗୁଡିକର ସମନ୍ଵୟରେ ଏହି ଉଦ୍ଧାର କାର୍ଯ୍ୟ କରାଯାଉଛି ।

Comments are closed.