Latest Odisha News

BREAKING NEWS

କ୍ୟାମେରା ଲେନ୍ସ ପଛରେ କରୋନା ପୀଡିତଙ୍କୁ ସାହାଯ୍ୟର ହାତ ବଢାଇଥିଲେ ଇରଫାନ ଖାନ !

ମୁମ୍ବାଇ: କରୋନା ସଙ୍କଟ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ନେଇ ଅନେକ ବଲିଉଡ ତାରକା ପ୍ରତିଦିନ ହେଡଲାଇନରେ ଆସୁଛନ୍ତି।

ତେବେ ଏଭଳି କିଛି କଳାକାର ଯେଉଁମାନ ସେମାନଙ୍କ ଉଦାରତାକୁ ଦେଖାଇ ଲୋକଲୋଚନକୁ ଆସିବାକୁ ପସନ୍ଦ କରନ୍ତି ନାହିଁ । ସେହି ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ସ୍ବର୍ଗତ ଇରଫାନ୍ ଖାନ୍।

କରୋନା ସଙ୍କଟ ସମୟରେ ଅସହାୟ ଲୋକଙ୍କ ପାଇଁ କିଛି ପରିମାଣର ଅର୍ଥରାଶି ଦାନ କରିଥିଲେ ଇରଫାନ । ହେଲେ ସୁଦ୍ଧା ସେ ଏହାକୁ ପ୍ରଚାର ପ୍ରସାର କରିନଥିଲେ । କାରଣ ସେ ବିଶ୍ୱାସ କରୁଥିଲେ ଯେ ଦାନ କାର୍ଯ୍ୟ “ଚୁପଚାପ୍ ଏବଂ ସମ୍ମାନର ସହିତ” କରାଯିବା ଉଚିତ୍। ନିକଟରେ, ଏକ ଜାତୀୟ ଗଣମାଧ୍ୟମ ସହ କଥା ହେବା ବେଳେ ସ୍ୱର୍ଗତ ଇରଫାନଙ୍କ ଜଣେ ଘନିଷ୍ଠ ବନ୍ଧୁ ଏହା ପ୍ରକାଶ କରିଛନ୍ତି ଯେ, ଇମରାନ କୋଭିଡ ପୀଡ଼ିତଙ୍କ ପାଇଁ କିଛି ଅର୍ଥ ଦାନ କରିଥିଲେ କିନ୍ତୁ ଏହା ବିଷୟରେ ସେ କାହା ସହ ଚର୍ଚ୍ଚା କରିନାହାଁନ୍ତି।

“ଏହି ସଙ୍କଟ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆମେ ପାଣ୍ଠି ଏକାଠି କରୁଥିଲୁ। ଯେତେବେଳେ ଆମେ ତାଙ୍କ ଭାଇଙ୍କ ସହ କଥା ହେଲୁ, ସେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଥିଲେ ଏବଂ ଇରଫାନ୍ ମଧ୍ୟ ଗରିବ ଲୋକଙ୍କ ପାଇଁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ତାଙ୍କର ଏକମାତ୍ର ଇଚ୍ଛା ଥିଲା ଯେ ସେ ସାହାଯ୍ୟ କରିଛନ୍ତି ବୋଲି ଯେପରି କେହି ନଜାଣିବା ଦରକାର   । ତାଙ୍କ ପରିବାରର ଚିନ୍ତାଧାରା ଥିଲା ଯେ, ବାମ ହାତ କ’ଣ ଦେଇଛି ତାହା ଡାହାଣ ହାତ ଜାଣିବା ଉଚିତ୍ ନୁହେଁ । ପ୍ରଦର୍ଶନ କରିିିବା ଠାରୁ ତାଙ୍କ ପାଇଁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା ଯେ ଲୋକମାନଙ୍କ ପାଖରେ ସାହାଯ୍ୟ ପହଞ୍ଚୁ ” ବୋଲି ତାଙ୍କ ବନ୍ଧୁ କହିଛନ୍ତି।

Leave A Reply

Your email address will not be published.