Latest Odisha News

BREAKING NEWS

ଜୁନ୍ ୧୭ରେ ଓଡିଶାରେ ଖୋଲିବ ନାହିଁ ସ୍କୁଲ୍

ଭୁବନେଶ୍ୱର: ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଜୁନ୍ ୧୭ରେ ରାଜ୍ୟର ସ୍କୁଲ ଖୋଲିବ ନାହିଁ ବୋଲି ରବିବାର ଦିନ ଓଡ଼ିଶା ସରକାର ସୂଚନା ଦେଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ଯେ କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା ସଂଶୋଧିତ ନିର୍ଦ୍ଦେଶାବଳୀରେ ଜୁନରେ କୌଣସି ବିଦ୍ୟାଳୟ ଖୋଲିବା ଉଚିତ ନୁହେଁ ବୋଲି ସ୍ପଷ୍ଟ ଭାବରେ ଦର୍ଶାଯାଇଛି।

ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି ଯେ ଜୁଲାଇରେ ବିଦ୍ୟାଳୟ ଖୋଲିବା ନେଇ ନିଷ୍ପତ୍ତି ନେବାକୁ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି ।

Comments are closed.