Latest Odisha News

BREAKING NEWS

କରୋନା ଯୋଦ୍ଧାଙ୍କ ସମ୍ମାନରେ କିଟ୍, କିସ୍ ଓ କିମ୍‌ସ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଶନିବାର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ କିମ୍‌ସ ପରିସରରେ କିଟ୍‌, କିମ‌ସ ଓ କିସର ପଦାଧିକାରୀ ଓ କର୍ମଚାରୀମାନେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି।

ଏହି ଅବସରରେ କୋଭିଡ୍‌ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ କିଟ୍‌, କିସ୍ ଓ କିମ୍‌ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ଯେ କୋଭିଡ୍ ଯୋଦ୍ଧା ଭାବେ କାର୍ଯ୍ୟରତ ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କଠାରୁ ଆରମ୍ଭ କରି ସଫେଇ କର୍ମଚାରୀ, ପୋଲିସ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ସମ୍ମାନ ଜଣାଇବା ଆମର କର୍ତ୍ତବ୍ୟ ।

କରୋନା ରୋଗୀଙ୍କ ନିରନ୍ତର ସେବା ଯୋଗାଇ ଆସୁଥିବା କିମ୍‌ସ କୋଭିଡ୍ ହସ୍‌ପିଟାଲ୍‌ରେ ନିୟୋଜିତ ଡାକ୍ତର ଓ ଅନ୍ୟ
ସମସ୍ତ କର୍ମଚାରୀଙ୍କୁ ଶ୍ରୀ ସାମନ୍ତ ସେମାନଙ୍କ ସେବା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

ଦୀର୍ଘ ୩ ମାସ ଧରି ଏମାନେ ନିଜ ପରିବାରକୁ ଭୁଲି କରୋନା ରୋଗୀଙ୍କୁ ସେବା ଯୋଗାଇ ଆସୁଛନ୍ତି । ଏହାଛଡା ଅସମୟରେ କିଟ୍ ଓ କିସ୍ ସଦସ୍ୟ ମଧ୍ୟ ସର୍ବଦା ଲୋକଙ୍କୁ ସେବା ଯୋଗାଇ ଦେଇ ଆସିଛନ୍ତି ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.