Latest Odisha News

BREAKING NEWS

ବିଷାକ୍ତ ମଣିଷର ଘୃଣ୍ୟ କାଣ୍ଡ; ସପୁରୀର ସ୍ୱପ୍ନ ଦେଖାଇ ନିରୀହ ଜୀବ ସହ ଛଳନା

ଭୁବନେଶ୍ୱର: ଧୀରେଧିରେ ଦୁନିଆରୁ ମାନବିକତା ଲୋପ ପାଇ ଯାଉଛି। ଏଠାରେ ପଶୁଟିଏ ମଣିଷ ଭଳି ଦୟା ଭାବ ପଦର୍ଶନ କରୁଥିବା ବେଳେ ମଣିଷ ପାଲଟି ଯାଉଛି ହିଂସ୍ର। ନିକଟରେ କେରଳରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ଏହାକୁ ପ୍ରମାଣ କରିଛି।

ସୂଚନାନୁସାରେ, କେରଳର ମଲପ୍ପୁରମ ଜିଲ୍ଲାରେ ଲୋକ ଏକ ଗର୍ଭବତୀ ହାତୀକୁ ବିସ୍ଫୋରକ ଭର୍ତ୍ତି ସପୁରୀ ଖାଇବାକୁ ଦେଇ ତାକୁ ମାରି ଦେଇଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାମ୍ନାକୁ ଆସିଛି।
ରିପୋର୍ଟ ଅନୁଯାୟୀ, ମେ’ ୨୫ ତାରିଖରେ ଏହି ନିରୀହ ଗର୍ଭବତୀ ହାତୀଟି ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ପାଖ ଗାଁ ଆଡ଼କୁ ଆସି ଯାଇଥିଲା। କିଛି ଲୋକେ ହାତୀଟିକୁ ଖାଦ୍ୟ ଦେବା ବାହାନାରେ ସପୁରିରେ ବିସ୍ଫୋରକ ଭର୍ତ୍ତି କରି ଦେଇଥିଲେ।

ଭୋକରେ ଡହଳବିକଳ ହେଉଥିବା ଗର୍ଭବତୀ ହାତୀଟି ବିସ୍ଫୋରକ ଭର୍ତ୍ତି ସପୁରୀଟିକୁ ଖାଇ ଦେଇଥିଲା । ଯାହାକୁ ଖାଇବା ବେଳେ ହାତୀର ମୁହଁରେ ବିସ୍ଫୋରଣ ହୋଇଥିଲା। ଫଳରେ ହାତୀଟିକୁ ଗଭୀର ଆଘାତ ଲାଗିଥିଲା।

ଯନ୍ତ୍ରଣାରୁ ବଞ୍ଚିବା ପାଇଁ ପାଖରେ ଥିବା ଏକ ନଦୀ ମଧ୍ୟକୁ ହାତୀଟି ପଶି ଯାଇଥିଲା। ପ୍ରାୟ ୩ ଦିନ ଯାଏଁ ନଦୀରେ ହାତୀଟି ବୁଡ଼ି ରହିଥିଲେ ମଧ୍ୟ ତାକୁ ସେଠାରୁ କେହି ଉଦ୍ଧାର କରିନଥିଲେ। ଯାହା ଫଳରେ ଶନବିାର ଦିନ ହାତୀର ମୃତ୍ୟୁ ଘଟିଥିବା ଜଣାପଡିଛି ।

ଏହି ଘଟଣାକୁ ସୋସିଆଲ ମିଡିଆରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ଘୋର ନିନ୍ଦା କରିଛନ୍ତି। ଏଭଳି ନୃଶଂସ ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସଧାରଣରେ ଦାବି ହେଉଛି।

ଅନ୍ୟପଟେ ଏହି ହାତୀ ମୃତ୍ୟୁ ଘଟଣାକୁ କେନ୍ଦ୍ର ସରକାର ଅତି ଗୁରୁତର ସହ ନେଇଥିବ କହିଛନ୍ତି ପ୍ରକାଶ ଜାଭେଡକର। “ଆମେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କୁ ଧରିବା ଦିଗରେ ସମସ୍ତ ପଦକ୍ଷେପ ନେବୁ । ଏପରି କୌଣସି ପ୍ରାଣୀକୁ ହତ୍ୟା କରିବା ଭାରତୀୟ ସଂସ୍କୃତି ନୁହେଁ” ବୋଲି କହିଛନ୍ତି ପ୍ରକାଶ ଜାଭଡେକର।

Comments are closed.