Latest Odisha News

BREAKING NEWS

ଭୁବନେଶ୍ୱର ଛାତ୍ରଛାତ୍ରୀ ତିଆରି କଲେ ରୋବଟ୍, କୋଭିଡ ହସପିଟାଲରେ ସାହାଯ୍ୟ କରିବ ଡାକ୍ତରଙ୍କୁ

ଭୁବନେଶ୍ୱର:ଏଣିକି କୋଭିଡ ହଟପିଟାଲରେ ରୋଗୀ ସେବାରେ ଡାକ୍ତରଙ୍କୁ ସାହାଯ୍ୟ କରିବ ରୋବଟ୍ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ  । ଏଭଳି ଆଶ୍ଚର୍ଯ୍ୟଜନକ ଚିନ୍ତାଧାରାକୁ ସତରେ ପରିଣତ କରି ଦେଖାଇଛନ୍ତି ଭୁବନେଶ୍ୱର ସିଭି ରମଣ ଗ୍ଲୋବାଲ ୟୁନିଭରସିଟିର ଛାତ୍ରଛାତ୍ରୀ  । କରୋନା ବିରୋଧରେ ଲଢ଼େଇ ଲାଗି ଗୋଟିଏ ମାସରେ ତିଆରି କରିଛନ୍ତି ଏହି ରୋବଟ୍  । ଆଉ ତାର ନାଁ ରଖିଛନ୍ତି ସେଭିୟର  ।

ୟୁନିଭରସିଟିର ଇଲେକ୍ଟୋନିକ୍ସ ଆଣ୍ଡ ଟେଲି କମ୍ୟୁନିକେସନ ବିଭାଗର ଛାତ୍ରଛାତ୍ରୀମାନଙ୍କର ଏହି ମାନସ ସନ୍ତାନ ସେଭିୟର, ଆକ୍ରାନ୍ତଙ୍କୁ ମେଡିସିନ୍ ଦେଇପାରିବା ସହ ଭଲଭାବେ ସାନିଟାଇଜ ମଧ୍ୟ କରିପାରିବ  । ଖାଲି ଏତିକି ନୁହେଁ ରୋଗୀଙ୍କର ଉପଯୁକ୍ତ ଯତ୍ନ ନେବା ସହ ଡାକ୍ତର ଏବଂ ନର୍ସ ମାନଙ୍କୁ ସେମାନଙ୍କ କାମରେ ସାହାଯ୍ୟ କରିପାରିବ  । ଯାହାଦ୍ୱାରା ସେମାନେ ଆକ୍ରାନ୍ତଙ୍କ ସହ ସିଧାସଳଖ ସଂସ୍ପର୍ଶରେ ନଆସି ମଧ୍ୟ ଚିକିତ୍ସା କରିପାରିବେ  ।

ରୋବଟରେ ଏକ କ୍ୟାମେରା ଖଞ୍ଜା ଯାଇଛି  । ଯାହାକି ୫୦୦ ମିଟର ଦୂରରେ ରହି ଆକ୍ରାନ୍ତଙ୍କର ଲାଇଭ୍ ଭିଜୁଆଲ ଦେଖାଇ ପାରିବ  । ଫଳରେ ଦୂରରେ ରହି ଡାକ୍ତରମାନେ ରୋଗୀଙ୍କୁ ସ୍କାନ କରିପାରିବେ  । ସେହିପରି ରୋବଟ ନିକଟରେ ଏକ ଅଟୋ ସାନିଟାଇଜର ଏବଂ ସ୍କ୍ରବର ରହିଛି  । ଯାହାକି ପରିବେଶକୁ ସଫା ରଖିପାରିବ ବୋଲି କହିଛନ୍ତି ୟୁନିଭରସିଟିର ଇଲେକ୍ଟୋନିକ୍ସ ଆଣ୍ଡ ଟେଲି କମ୍ୟୁନିକେସନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରିୟଦର୍ଶୀ କାନୁନଗୋ   ।

ୟୁନିଭରସିଟିର ଏହି ବିଭାଗ କୋଭିଡ ଯୋଦ୍ଧାଙ୍କୁ ସହାୟତା ପ୍ରଦାନ ଲାଗି ମୋଟ ୩ ପ୍ରକାରର ମେସିନ୍ ତିଆରି କରିଛନ୍ତି  । ଗୋଟିଏ ରୋବଟ୍  । ଆଉ ଦୁଇଟି ଫୁଲ୍ ବଡି ସାନିଟାଇଜର ଏବଂ ଅଟୋ  ହ୍ୟାଣ୍ଡ ସାନିଟାଇଜର  । ଏହି ଦୁଇଟି ସେନସର ଦ୍ୱାରା ପରିଚାଳିତ  ।

Leave A Reply

Your email address will not be published.