Latest Odisha News

BREAKING NEWS

ଆର୍‌ଆଇଏଲ୍‌ର ୫୩,୧୨୪.୨୦ କୋଟି ଟଙ୍କାର ରାଇଟ୍‌ସ୍ ଇସ୍ୟୁ ୧.୫୯ ଗୁଣା ଅଧିକ ସବ୍‌ସ୍କ୍ରାଇବ୍ ହୋଇ ଶେଷ ହେଲା

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ସଫଳତାର ସହ ଭାରତର ସର୍ବବୃହତ ୫୩,୧୨୪.୨୦ କୋଟି ଟଙ୍କାର ରାଇଟ୍‌ସ୍ ଇସ୍ୟୁକୁ ସମ୍ପନ୍ନ କରିଛି । ଏହି ରାଇଟ୍‌ସ ଇସ୍ୟୁ ପ୍ରାୟ ୧.୫୯ ଗୁଣା ଅଧିକ ସବ୍‌ସ୍କ୍ରାଇବ୍ ହୋଇଛି, ଯାହା ୮୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରତିବଦ୍ଧତା ସୂଚିତ କରୁଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ରାଇଟ୍‌ସ୍ ଇସ୍ୟୁ ପ୍ରତି ନିବେଶକମାନଙ୍କ ଜବରଦସ୍ତ ଆଗ୍ରହ ଦେଖିବାକୁ ମିଳିଥିଲା, ଯେଉଁଥିରେ ଉଭୟ ଭାରତ ଓ ବିଦେଶର ଲକ୍ଷାଧିକ କ୍ଷୁଦ୍ର ନିବେଶକ ଓ ହଜାର ହଜାର ସଂସ୍ଥାଗତ ନିବେଶକ ସାମିଲ ହୋଇଥିଲେ ।

ଇକ୍ୱିଟି ସେୟାର ଆବଂଟନ ଜୁନ୍ ୧୦ ରେ ହେବାକୁ ଥିବା ବେଳେ ରାଇଟ୍ ସେୟାରଗୁଡ଼ିକୁ ଅଲଗା ଆଇଏସ୍‌ଆଇଏନ୍ ନମ୍ବରରେ ପ୍ରାୟ ଜୁନ୍ ୧୨ରେ ବିଏସ୍‌ଇ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଆରଆଇଏଲ୍‌ର ରାଇଟ୍‌ସ୍ ଇସ୍ୟୁର ଏକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ଥିଲା ଯେ ଏହା ରେକର୍ଡ ସୃଷ୍ଟି କରିବା ଭଳି ଆକାରର ହୋଇଥଲେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଡିଜିଟାଲ୍ ପ୍ଲାଟଫର୍ମରେ ହୋଇଥିଲା, ଯାହା କୋଭିଡ୍‌-୧୯ ମୁକାବିଲା ଲାଗି ଜାରି କରାଯାଇଥିବା ଲକ୍‌ଡାଉନ୍ ସମସ୍ୟାକୁ ପ୍ରତିହତ କରିପାରିଥିଲା ।ଏହା ଭାରତୀୟ ଓ ବିଶ୍ୱ ପୁଞ୍ଜି ବଜାର ଇତିହାସରେ ଏକ ନୂତନ ରେକର୍ଡ ଥିଲା । ୮୦୦ରୁ ଅଧିକ ଭାରତୀୟ ସହର ତଥା ବିଦେଶର ଅନେକ ଆର୍ଥିକ କେନ୍ଦ୍ରଗୁଡିକର କୌଣସି ଅଂଶଧନଧାରୀ ଯଥା ନିୟାମକ ସଂସ୍ଥା, ବ୍ୟାଙ୍କ, ଆର୍ଥିକ ସଂସ୍ଥା, ଖୁଚୁରା ନିବେଶକ ଓ ଅନ୍ୟ କାହାରିକୁ ମଧ୍ୟ ନିଜ କାର୍ଯ୍ୟାଳୟ କିମ୍ବା ଘର ବାହାରକୁ ବାହାରିବାକୁ ପଡ଼ିନଥିଲା ଏବଂ ଏହା ସତ୍ୱେ ରାଇଟ୍‌ସ୍ ଇସ୍ୟୁ ସଂପିର୍କତ ସବୁ ପ୍ରସଙ୍ଗ ଅତି ସୁବିଧାରେ ଏବଂ ଦକ୍ଷତାର ସହିତ ସମ୍ପାଦିତ ହୋଇଥିଲା ।

ଏହି ରାଇଟ୍‌ସ୍ ଇସ୍ୟୁ ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ଯେ, “ଡିଜିଟାଲ୍ ପ୍ରଯୁକ୍ତିକୁ ଗ୍ରହଣ କରି ଭାରତର ଅନ୍ତର୍ଭୁକ୍ତୀକରଣ ଓ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଆମର ମୂଳ ଲକ୍ଷ୍ୟ ରହିଛି ଯାହା ୧୩୦ କୋଟି ଭାରତୀୟଙ୍କ ଜୀବନରେ ଉନ୍ନତି ଆଣିବାରେ ସହାୟକ ହେବ । ରାଇଟସ୍ ଇସ୍ୟୁ ପ୍ରତି ଏହି ଜବରଦସ୍ତ ବିଶ୍ୱାସ ଓ ସମର୍ଥନ ଆମକୁ ଏହି ବିଶ୍ୱାସ ଦେଉଛି ଯେ ଆମର ଅଂଶଧନଧାରୀମାନେ ମଧ୍ୟ ଏହି ଲକ୍ଷ୍ୟର ସମର୍ଥନ କରୁଛନ୍ତି । ଏକ ନୂଆ ଭାରତ ଲାଗି ଏକ ନୂଆ ରିଲାଏନ୍ସ ଗଠନ ପାଇଁ ଆମେ ଦୃଢ ଭାବରେ ଆଗକୁ ବଢୁଥିବା ବେଳେ ସେମାନଙ୍କ ସମର୍ଥନ ଆମର ଏହି ସଂକଳ୍ପକୁ ଆହୁରି ସୂଦୃଢ଼ କରିଛି “।

Comments are closed.