ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କୁଟ୍ରାବେଡା ଅଞ୍ଚଳରେ ଜଣେ ଦମ୍ପତିଙ୍କୁ ତାଙ୍କ ପୁତୁରା ହତ୍ୟା କରିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ନଜରକୁ ଆସିଛି ।
ମିଳିଥିବା ସୂଚନାନୁଯାୟୀ ବହୁ ଦିନରୁ ଜମି ଭାଗ ବଣ୍ଟାକୁ ନେଇ ଦାଦା ଓ ଖୁଡିଙ୍କ ସହ ପୁତୁରାର ବିବାଦ ଲାଗି ରହିଥିଲା । ଏହାକୁ ନେଇ ଘଟଣାଦିନ ସେମାନଙ୍କର ବଚସା ହୋଇଥିବା ବେଳେ ଉତକ୍ଷିପ୍ତ ହୋଇ ପଡିଥିବା ପୁତୁରା ଜଣକ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିଲା । ପରେ ସେ ମୃତଦେହକୁ ନିକଟରେ ଥିବା ଏକ କୂଅରେ ଫିଙ୍ଗି ଦେଇଥିବା ନେଇ ଜଣାପଡିଛି ।
ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବ ସହ ତଦନ୍ତ ଆରମ୍ଭ କରିଛି ।
ଆହୁରି ମଧ୍ୟ ଉକ୍ତ ପୁତୁରାକୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ନେଇ ସୁତ୍ରରୁ ପ୍ରକାଶ।
Comments are closed.