ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଗତ ୧୨ ଘଣ୍ଟା ମଧ୍ୟରେ ନୂଆ ୧୮ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ୨ ଜଣ ରାଉରକେଲା ସରକାରୀ ଡାକ୍ତରଖାନାର ଡାକ୍ତର ଏବଂ ୬ ଜଣ ଜେଲ୍ ଅନ୍ତେବାସୀ ରହିଛନ୍ତି।
ଏନେଇ ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣ ସୂଚନା ଦେଇ କହିଛନ୍ତି ଯେ ୧୮ ଟି ନୂଆ ମାମଲା ମଧ୍ୟରୁ ୧୪ ଜଣ କ୍ବାରେନଣ୍ଟାଇନ ସେଣ୍ଟରର, ଦୁଇ ଜଣ ହୋମ୍ କ୍ବାରେନଣ୍ଟାଇନ ଏବଂ ବାକି ସ୍ଥାନୀୟ ମାମଲା ରହିଛି।
— Collector and DM, Sundargarh (@DMSundargarh) June 7, 2020
“ପୂର୍ବରୁ କୋଭିଡ-୧୯ ଡ୍ୟୁଟିରେ ଥିବା ଦୁଇଜଣ ଡାକ୍ତର କରୋନା ଆକ୍ରାନ୍ତ ହେବା ପରେ ଡାକ୍ତରଖାନାକୁ ସାନିଟାଇଜ ପରିମଳ କରାଯାଉଛି। ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଖୋଜା ଜାରି ରହିଛି ଏବଂ ଦୁଇ ଡାକ୍ତରଙ୍କୁ କ୍ବାରେନଣ୍ଟାଇନକୁ ପଠାଯାଇଛି” ବୋଲି ଜିଲ୍ଲାପାଳ କହିଛନ୍ତି।
ଅପରପକ୍ଷରେ ୧୪ ଜଣ ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁ, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରୁ ଫେରିଥିବାବେଳେ ଏହି ୬ ଜଣ କଏଦୀଙ୍କୁ ରାଉରକେଲା, ସ୍ପେଶାଲ ଜେଲରେ ରଖାଯାଇଥିବା ନେଇ ସୁନ୍ଦରଗଡ ପ୍ରଶାସନ ପକ୍ଷରୁ ଟ୍ବିଟ୍ ଜରିଆରେ ସୂଚନା ପ୍ରଦାନ କରାଯାଇଛି।
ଅଧିକ ପଢନ୍ତୁ- ରାଜ୍ୟରେ ପୁଣି ଜଣେ ଡାକ୍ତର କରୋନା ପଜିଟିଭ ଚିହ୍ନଟ
Comments are closed.