Latest Odisha News

BREAKING NEWS

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିଚାଳନା: ପ୍ରାଣ ହରାଇଲେ ଜଣେ ସ୍ଥାନୀୟ ବାସିନ୍ଦା

ଶ୍ରୀନଗର: ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ବୋମାଇ ଅଞ୍ଚଳରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ଜଣେ ସାଧାରଣ ନାଗରିକ ।

ମୃତକ ଜଣକ ଇଶଫାକ ଅହମ୍ମଦ ନାଜର ବୋଲି ପୋଲିସ ସୂଚନା ଦେଇଛି। ନାଜର ଆତଙ୍କବାଦୀଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ଏହାପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଏହି ଆତଙ୍କବାଦୀ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ଏନେଇ ଅଧିକାରୀମାନେ କାର୍ଯ୍ୟ କରୁଥିବା କୁହାଯାଇଛି। ଏହି ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ସର୍ଚ୍ଚ ଅପରେସନ୍ ଜାରି ରାହିଥିବା ସୂଚନା ମିଳିଛି।

Leave A Reply

Your email address will not be published.