ଭୁବନେଶ୍ୱର: ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ମିଳିଛି । ରାଜ୍ୟ କ୍ୟାବିନେଟ ବୈଠକରେ ଏନେଇ ମୋହର ବାଜିଛି । ଏଥିସହ ଏହି ସଂଗୀତର ଗାନ ନେଇ କେତେକ ନିୟମ ଜାରି କରିଛନ୍ତି ସରକାର ।
୧- କାନ୍ତକବିଙ୍କ ସଂପୂର୍ଣ୍ଣ ଗୀତଟି ରାଜ୍ୟ ସଙ୍ଗୀତ ଭାବେ ଗ୍ରହଣ କରାଗଲା।
୨- ଗାୟନର ଅନୁମୋଦିତ ସ୍ୱର, ଶୈଳୀ, ରେକର୍ଡିଂ I&PR ସ୍ଥିର କରିବ।
୩- ଗାୟନର ଅବଧି, ସ୍ୱର ତଥା ଶୈଳୀ ରେକର୍ଡିଂ ପ୍ରକାରେ ନିର୍ଦ୍ଧାରିତ ହେବ।
୪- ସରକାରୀ କାର୍ୟ୍ୟକ୍ରମ, ବିଧାନସଭା ଅଧିବେଶନରେ ଗାନ କରାଯିବ।
୫- ଶିକ୍ଷାନୁଷ୍ଠାନ, ସଭାସମିତିରେ ମଧ୍ୟ ଗାନ କରାଯିବ । ଉଦ୍ଘାଟନୀ, ଉଦ୍ଯାପନୀ, ଉଦ୍ବୋଧନୀ ସଙ୍ଗୀତ ଭାବେ ଗାନ ହେବ।
୬- ପୁଲିସ୍ ବ୍ୟାଣ୍ଡ୍, ବଂଶୀ, ସୀତାର ବାଦ୍ୟଯନ୍ତ୍ରରେ ମଧ୍ୟ ପରିବେଷଣ ହେବ । ପ୍ରଚାର, ପ୍ରସାର ପାଇଁ ସୃଜନାତ୍ମକ ପରିବେଷଣ ଉପରେ କଟକଣା ନାହିଁ।
୭- ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ଲାଗି ନିର୍ଦ୍ଦେଶ।
୮- ରାଜ୍ୟ ସଙ୍ଗୀତ ଗାନ ବେଳେ ସମସ୍ତେ ଦଣ୍ଡାୟମାନ ରହିବେ।
୯- ବୃଦ୍ଧ, ଭିନ୍ନକ୍ଷମ, ଅସୁସ୍ଥ, ଗର୍ଭବତୀ ନମ୍ର ଭାବରେ ବସି ସମ୍ମାନ ଜଣାଇବେ।
Comments are closed.