Latest Odisha News

BREAKING NEWS

ଶ୍ରୀ ଅଲାରନାଥ ପୀଠରେ ୧୪୪ ଧାରା ଜାରି; ଦର୍ଶନ ନପାଇ ଭକ୍ତ ନିରାଶ

ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ ପରେ ଶ୍ରୀଜୀଉ ଅଣସରରେ ରୁହନ୍ତି।  ଏହି ସମୟରେ ବ୍ରହ୍ମଗିରି ସ୍ଥିତି ଅଲାରନାଥ ମନ୍ଦିରରେ ଜମେ ଭକ୍ତଙ୍କ ଭିଡ଼ । ମାତ୍ର ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଖାଲି ପଡ଼ିଛି ଅଲାରନାଥ ମନ୍ଦିର ବେଢା ।

କୁହାଯାଏ ଶ୍ରୀମନ୍ଦିରରେ ବର୍ଷ ସାରା ଦାରୁବିଗ୍ରହ ମାନଙ୍କୁ ଦର୍ଶନ କଲେ ଯେଉଁ ପୂର୍ଣ୍ଣ ମିଳିଥାଏ ଅଣସର ସମୟରେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କଲେ ସେଇ ପୂର୍ଣ୍ଣ ମିଳିଥାଏ । ଅଲାରନାଥରେ ମହାପ୍ରଭୁଙ୍କ କ୍ଷୀରି ପ୍ରସାଦ ପାଇବା ନିମନ୍ତେ ରାଜ୍ୟର କୋଣଅନୁକୋଣରୁ ଶ୍ରଦ୍ଧାଳୁ ମାନେ ଅଣସର ସମୟରେ ବ୍ରହ୍ମଗିରିକୁ ଛୁଟି ଆସିଥାନ୍ତି ।ଭକ୍ତଙ୍କ ହରିବୋଲ ହୁଳହୁଳିରେ ପ୍ରଂକପିତ ହୋଇଥାଏ ଶ୍ରୀ ଅଲାରନାଥ ପୀଠ।ତେବେ ଚଳିତ ବର୍ଷ କରୋନା ପ୍ରଭାବ ଯୋଗୁଁ ଜିଲ୍ଲା ପ୍ରଶାସନ ପୀଠରେ ୧୪୪ ଧାରା ଜାରି କରାଯାଇ ଅଣସର ଦର୍ଶନ ବନ୍ଦ ରଖାଯାଇଛି। ଫଳରେ ଭକ୍ତଙ୍କ ବିନା ଅଲାରନାଥ ପୀଠ ଏବେ ଖାଁ ଖାଁ ହୋଇପଡିଥିବା ଦେଖିବାକୁ ମିଳିଛି ।

ପ୍ରଶାସନ ପକ୍ଷରୁୁ ମନ୍ଦିର ଚାରିପଟେ ବ୍ୟାରିକେଡ କରାଯାଇ ସିଂହଦ୍ବାରକୁ ସଂପୂର୍ଣ୍ଣ ସିଲ୍‌ କରିଦିଆଯାଇଛି। ଭକ୍ତ ଶ୍ରୀ ଅଲାରନାଥଙ୍କ ଦର୍ଶନ ନପାଇ ଦୁଃଖରେ ଫରୁଥିବା ଦେଖିବାକୁ ମିଲିଛି । ସେହିପରି ଭକ୍ତ ନଥିବାରୁ କେବଳ ନୀତି ରକ୍ଷା ନିମନ୍ତେ ଅଳ୍ପ କ୍ଷୀରି ଓ ଅର୍ଣ୍ଣ ଭୋଗ କରାଯାଇ ଠାକୁରଙ୍କୁ ମଣୋହି କରାଯାଉଥିବା ସେବାୟତଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.