Latest Odisha News

ଆଉ ୪ ଆତଙ୍କବାଦୀ ସଫା, ଭୟରେ ସ୍ଥାନ ବଦଳାଇବା ପାଇଁ ଯୋଜନା କରୁଛନ୍ତି

କାଶ୍ମୀର: ଦକ୍ଷିଣ କାଶ୍ମୀରର ଶୋପିୟାଁ ଅଂଚଳରେ ରବିବାର ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ମୃତୁୃ୍ୟବରଣ କରିଛନ୍ତି । ଏବେ ମଧ୍ୟ ସେଠାରେ ଗୁଳିଚାଳନା ଜାରି ରହିଛି । ଆତଙ୍କବାଦୀ ଲୁଚିଥିବା ଖବର ପାଇବା ପରେ ସୁରକ୍ଷାକର୍ମୀ ଉକ୍ତ ଅଂଚଳକୁ ଘେରାଉ କରିଥିଲେ । ଆତଙ୍କବାଦୀମାନେ ଆତ୍ମସମର୍ପଣ କରିବା ବଦଳରେ ଗୁଳି ଚଳାଇଥିଲେ । ଜବାବରେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିଚାଳନାରେ ସେମାନେ ମୃତ୍ୟୁବରଣ କରିଥିଲେ ।

୨ ସପ୍ତାହ ମଧ୍ୟରେ ୮ ଆତଙ୍କବାଦୀ ମୃତ୍ୟୁ ପରେ ଭୟରେ ସେମାନେ ସ୍ଥାନ ବଦଳାଇବା ପାଇଁ ଯୋଜନା କରୁଛନ୍ତି । ପୋଲିସ ଏହି ଖବର ପାଇବା ପରେ ତନଘନା ଆରମ୍ଭ କରିଥିଲା ଏବଂ ସଫଳ ମଧ୍ୟ ହୋଇଥିଲା ।

Leave A Reply

Your email address will not be published.