Latest Odisha News

ସ୍ନାନଯାତ୍ରାରେ ସେବାୟତ ମାସ୍କ ନପିନ୍ଧିବା ନେଇ ହାଇକୋର୍ଟରେ ମାମଲା

କଟକ: ସ୍ନାନଯାତ୍ରାରେ ସେବାୟତ ମାସ୍କ ନପିନ୍ଧିବା ନେଇ ହାଇକୋର୍ଟରେ ମାମଲା ହୋଇଛି । ଆଇନଜୀବୀ ଦିଲ୍ଲୀପ ରାୟ ଏନେଇ ଏକ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି । ମୁଖ୍ୟଶାସନ ସଚିବ, ମନ୍ଦିର ପ୍ରଶାସନଙ୍କ ସମେତ ୪ ଜଣଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି ।

ସ୍ନାନଯାତ୍ରା ବେଳ କୌଣସି ସେବାୟତ ମାସ୍କ ପିନ୍ଧିନଥିବାର ଦେଖିବାକୁ ମିଳିଥିଲା । ଆଗକୁ ରଥଯାତ୍ରା ଆସୁଛି, ସେମାନଙ୍କ ଉପରେ କାର‌୍ୟ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି ଆଇନଜୀବୀ ।

ଆଗକୁ ରଥଯାତ୍ରାରେ ଅନ୍ୟ କିଛି ବିକଳ୍ପ କରାନଯାଇ ମେସିନ ଦ୍ୱାରା ରଥଟଣାଯାଉ । ସରକାରଙ୍କ ସବୁ ଗାଇଡଲାଇ ନମାନି ସ୍ନାନଯାତ୍ରାରେ ସାମିଲ ହେବା କୋଭିଡ ନିୟମ ଉଂଲଘନ ସହ ସମାନ ବୋଲି କହିଛନ୍ତି ଆଇନଜୀବୀ ଦିଲ୍ଲୀପ ରାୟ ।

Leave A Reply

Your email address will not be published.