Latest Odisha News

ମାଲକାନଗିରି ଓ ନବରଙ୍ଗପୁର ହେଲା କରୋନା ମୁକ୍ତ ଜିଲ୍ଲା

ଭୁବନେଶ୍ୱର: ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ କୋଭିଡ-୧୯ର କୌଣସି ସକ୍ରିୟ ମାମଲା ନାହିଁ। ଯାହା ଫଳରେ ଏହି ୨ ଜିଲ୍ଲା କରୋନା ମୁକ୍ତ ହୋଇଛି।

ଏପରିକି ସୋମବାର ଦିନ ମାଲକାନଗିରିରେ ଦୁଇ ଜଣ ଏବଂ ନବରଙ୍ଗପୁରରେ ଜଣେ ରୋଗୀ ଆରୋଗ୍ୟ ହୋଇଛନ୍ତି।

ଗତ ମେ ୨୨ରେ ନବରଙ୍ଗପୁରରେ ପ୍ରଥମ କୋଭିଡ-୧୯ ମାମଲା ଏବଂ ଦ୍ୱିତୀୟ ମାମଲା ମେ ୨୮ରେ ଚିହ୍ନଟ ହୋଇଥିଲା।

ସେହିପରି ମାଲକାନଗିରିରେ ଗତ ମେ ୧୯ରେ ଦୁଇଜଣ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଥିଲେ।

Leave A Reply

Your email address will not be published.