Latest Odisha News

BREAKING NEWS

କେଜ୍ରିୱାଲଙ୍କ ନିଷ୍ପତିକୁ ବଦଳାଇଲେ ଉପ ରାଜ୍ୟପାଳ: ଦିଲ୍ଲୀରେ ସମସ୍ତେ ଚିକିତ୍ସିତ ହୋଇପାରିବେ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକତରଫା ନିଷ୍ପତିକୁ ସୋମବାର ଉପରାଜ୍ୟପାଳ ଅନୀଲ ବୈଜଲ ବଦଳାଇ ଦେଇଛନ୍ତି । ଯେ କୌଣସି ରାଜ୍ୟର ଲୋକେ ଦିଲ୍ଲୀରେ ଚିକିତ୍ସିତ ହୋଇପାରିବେ । ଦିଲ୍ଲୀ ସମସ୍ତଙ୍କର ବୋଲି ସେ କହିଛନ୍ତି । କେଜ୍ରିୱାଲ କେବଳ ଦିଲ୍ଲୀବାସୀ ଦିଲ୍ଲୀ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରିପାରିବେ ବୋଲି କହିଥିଲେ ।

ଉପ ରାଜ୍ୟପାଳ ସମସ୍ତ ଅଧିକାରୀମାନଙ୍କୁ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁ ଡାକ୍ତରଖାନାରେ ପକ୍ଷପାତିତା ହେବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦିଲ୍ଲୀରେ ସଂକ୍ରମଣଙ୍କ ସଂଖ୍ୟା ବଢ଼ୁଥିବାରୁ କେଜ୍ରିୱାଲ ଉପରୋକ୍ତ ଆଦେଶ ଦେଇଥିଲେ । ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତିକୁ ଅନେକ ନେତା ବିରୋଧ କରିଥିଲେ । ଉପ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି ।

Leave A Reply

Your email address will not be published.