Latest Odisha News

BREAKING NEWS

ସାଂସଦ ଅପରାଜିତା ଷଡଙ୍ଗୀ ବାରମ୍ବାର ଲକ୍‌ଡାଉନ ନିୟମ ଉଲ୍ଲଂଘନ କରୁଛନ୍ତି : ବିଜେଡି

ଭୁବନେଶ୍ୱର: ପଳାଶୁଣି ଫ୍ଲାଏଓଭର ଭୂମି ପୂଜନ ବେଳେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ତାଙ୍କ ସମର୍ଥକ ସାମାଜିକ ଦୂରତ୍ୱ ନିୟମକୁ ପୁଣି ଥରେ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି ବିଜେଡି । ସାଂସଦ ବାରମ୍ବାର ଲକ୍‌ଡାଉନ ନିୟମ ଉଲ୍ଲଂଘନ କରି ଖରାପ ଉଦାହରଣ ସୃଷ୍ଟି କରୁଥିବା କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ତେବେ ଏ ନେଇ ସାଂସଦ ଅପରାଜିତା କିମ୍ବା ବିଜେପିର ପ୍ରତିକ୍ରିୟା ମିଳି ପାରିନାହିଁ ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଦଳୀୟ କାର୍ଯ୍ୟକ୍ରମରେ ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ନ କରିଥିବାରୁ ସାଂସଦ ଷଢଙ୍ଗୀଙ୍କ ନାମରେ ଏତଲା ହେବା ସହିତ ସେ ଜୋରିମାନା ଦାଖଲ କରିଥିଲେ ।

Leave A Reply

Your email address will not be published.