Latest Odisha News

କରୋନା ଆକ୍ରାନ୍ତ ଚିହ୍ନଟ ପରେ କେନ୍ଦୁଝରର ଏହି ପଞ୍ଚାୟତକୁ ସରପଞ୍ଚଙ୍କ ସଟଡାଉନ ଘୋଷଣା

ପାଟନା: ଜଣେ ପ୍ରବାସୀ କରୋନା ପଜିଟିଭ ଚିହ୍ନଟ ହେବାପରେ କେନ୍ଦୁଝର ଜିଲ୍ଲାର ପାଟନା ବ୍ଲକ ଅନ୍ତର୍ଗତ ଜମୁନାପାସି ପଞ୍ଚାୟତର ସରପଞ୍ଚ ଉକ୍ତ ପଞ୍ଚାୟତରେ ୭୨ ଘଣ୍ଟା ସଟଡାଉନ ଘୋଷଣା କରିଛନ୍ତି।

ସରପଞ୍ଚ ମମତାମୟୀ ନାୟକ ସୂଚନା ଦେଇ କହିଛନ୍ତି ଯେ ପଞ୍ଚାୟତର ଯମୁନାପାଶୀ, ବାରୁଦୀପାଶୀ, ଗୋଡିପୋଖରୀ, ପଦ୍ମପୁର, ପଦ୍ମକେଶରପୁର ଏବଂ କୋଡାଖମାନ ଭଳି ୬ଟି ଗ୍ରାମରେ ସଟଡାଉନ ନିୟମକୁ କଡାକଡି ଭାବେ ଲାଗୁ କରାଯିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସମୟ ମଧ୍ୟରେ କୌଣସି ଦୋକାନ କିମ୍ବା ବଜାର ଖୋଲାଯିବ ନାହିଁ।

Leave A Reply

Your email address will not be published.