Latest Odisha News

BREAKING NEWS

ଲାଞ୍ଚ ନେଇ ଧରାପଡିଲେ ପାଟଣାଗଡ଼ ଡିଏଫଓ

ବଲାଙ୍ଗୀର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଡିଏଫଓ ପ୍ରଣବ କୁମାର ମହାନ୍ତି। ସୂଚନାନୁସାରେ, ବଲାଙ୍ଗିର, ବରଗଡ, ଝାରସୁଗୁଡା, ସମ୍ବଲପୁର ଏବଂ ସୋନେପୁର ଭିଜିଲାନ୍ସ ୟୁନିଟର ଅଧିକାରୀଙ୍କ ଦ୍ୱାରା ହୋଇଥିବା ମିଳିତ ଚଢ଼ାଉରେ ଡିଏଫଓ ଜଣଙ୍କ ଜଣେ ଜଙ୍ଗଲ ରେଞ୍ଜରଙ୍କ ଠାରୁ ୧.୬୬ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଥିବା ଅଭିଯୋଗ ହୋଇଛି। ପରେ ତାଙ୍କୁ ଗିରଫ କରାଯାଇଛି।
କେନ୍ଦୁ ପତ୍ର ସଂଗ୍ରହ କେନ୍ଦ୍ରର ନବୀକରଣ ପାଇଁ ଡିଏଫ୍ଓ ୧୦.୩୭ ଲକ୍ଷ ଟଙ୍କା ମଞ୍ଜୁର କରିବା ପାଇଁ ଏକ ବିଲ୍ ପାସ କରିବା ନିମନ୍ତେ ୧.୬୬ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିବା ଜଣାପଡ଼ିଛି।
ଉକ୍ତ ଡିଏଫଓ ଜଣଙ୍କ ଦୀର୍ଘ ଦିନରୁ ଭିଜିଲାନ୍ସ ସ୍କାନରରେ ରହିଥିଲେ। ସୂତ୍ରରୁ ପ୍ରକାଶ ଯେ, କନ୍ଧମାଳ ଏବଂ ଭୁବନେଶ୍ୱରରେ ସ୍ଥିତ ତାଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଛି।

Comments are closed.