ବଲାଙ୍ଗୀର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଡିଏଫଓ ପ୍ରଣବ କୁମାର ମହାନ୍ତି। ସୂଚନାନୁସାରେ, ବଲାଙ୍ଗିର, ବରଗଡ, ଝାରସୁଗୁଡା, ସମ୍ବଲପୁର ଏବଂ ସୋନେପୁର ଭିଜିଲାନ୍ସ ୟୁନିଟର ଅଧିକାରୀଙ୍କ ଦ୍ୱାରା ହୋଇଥିବା ମିଳିତ ଚଢ଼ାଉରେ ଡିଏଫଓ ଜଣଙ୍କ ଜଣେ ଜଙ୍ଗଲ ରେଞ୍ଜରଙ୍କ ଠାରୁ ୧.୬୬ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଥିବା ଅଭିଯୋଗ ହୋଇଛି। ପରେ ତାଙ୍କୁ ଗିରଫ କରାଯାଇଛି।
କେନ୍ଦୁ ପତ୍ର ସଂଗ୍ରହ କେନ୍ଦ୍ରର ନବୀକରଣ ପାଇଁ ଡିଏଫ୍ଓ ୧୦.୩୭ ଲକ୍ଷ ଟଙ୍କା ମଞ୍ଜୁର କରିବା ପାଇଁ ଏକ ବିଲ୍ ପାସ କରିବା ନିମନ୍ତେ ୧.୬୬ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିବା ଜଣାପଡ଼ିଛି।
ଉକ୍ତ ଡିଏଫଓ ଜଣଙ୍କ ଦୀର୍ଘ ଦିନରୁ ଭିଜିଲାନ୍ସ ସ୍କାନରରେ ରହିଥିଲେ। ସୂତ୍ରରୁ ପ୍ରକାଶ ଯେ, କନ୍ଧମାଳ ଏବଂ ଭୁବନେଶ୍ୱରରେ ସ୍ଥିତ ତାଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଛି।
BREAKING NEWS
- ସାଇବର ଅପରାଧ ତଦନ୍ତ ଓ ଡିଜିଟାଲ ଫରେନ୍ସିକ୍ସ କ୍ଷେତ୍ରରେ ଆହୁରି ଦକ୍ଷ ହେବ ପୁଲିସ: ୨୦୨୭ ସୁଦ୍ଧା ୪୮୦ ଜଣ ନେବେ ତାଲିମ
- କାୟା ବିସ୍ତାର କରୁଛି ‘ଚାନ୍ଦିପୁରା ଭାଇରସ’: ୨୨ ଶିଶୁ ମୃତ
- ମଝି ଆକାଶରେ ହଠାତ୍ ତଳକୁ ଖସିଲା ବିମାନ, ଯାତ୍ରୀ ଆହତ
- ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ BKPPER ପ୍ରକଳ୍ପ
- ଏଣିକି ଥାନାରେ ଇଭି ଗାଡି ଚାର୍ଜିଂ ଉପରେ ଲାଗିଲା କଟକଣା
- Prashant Kishor’s victory: ବିହାର ରାଜନୀତିରେ ପ୍ରଶାନ୍ତ କିଶୋରଙ୍କ ଛକା, ଆରଜେଡି ପାଇଁ ବଡ ଝଟକା!
- ଓୟୁଏଟି ପିଜି-ପିଏଚ୍ଡି ଛାତ୍ରଛାତ୍ରୀଙ୍କୁ ମିଳିବ ମାସିକ ଭତ୍ତା
- Nathan Thomas: ମାତ୍ର ୧୮ ବର୍ଷ ବୟସରେ ପ୍ରଫେସର, ଭାଙ୍ଗିଲେ ୩୦୬ ବର୍ଷର ବିଶ୍ୱ ରେକର୍ଡ!
- ଖଣ୍ଡ ଖଣ୍ଡ ପାକିସ୍ତାନ, ଅଗଷ୍ଟ ୧୧ରେ ସ୍ୱାଧୀନତା ଦିବସ ପାଳିବ ବେଲୁଚିସ୍ତାନ
- ହଠାତ୍ ବନ୍ଦ ହୋଇଗଲା କି ଆପଣଙ୍କ WhatsApp? ଆପଣ ବି କରୁନାହାନ୍ତି ତ ଏହି ଭୁଲ?
Comments are closed.