Latest Odisha News

BREAKING NEWS

ଭଗବାନ ଚୈତନ୍ୟ ଓ କୃଷ୍ଣଭକ୍ତି: ନାମରସରେ ନାଚି ଉଠିଲେ ହିଂସ୍ର ଜୀବଜନ୍ତୁ !

ଭଗବାନଙ୍କର ପବିତ୍ର ନାମ ସମସ୍ତ ଜୀବଜଗତକୁ ଆକର୍ଷିତ କରିଥାଏ । ନାମ ହି କେବଳମ୍ । ନାମ ଅମୃତ ।
କଳିଯୁଗରେ ନାମର ମାହାତ୍ମ୍ୟକୁକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଭଗବାନଙ୍କ ନାମରେ ହିଁ ରହିଛି ଅମାପ ଶକ୍ତି, ଅନବରତ ନାମଜପରୁ ସୃଷ୍ଟି ହୋଇଥାଏ ଛାଏଁ ଭକ୍ତି ।
ଏକଦା ପ୍ରଭୁ ଚୈତନ୍ୟ ଜରିଖଣ୍ଡର ଜଙ୍ଗଲ ଭିତର ଦେଇ ବୃନ୍ଦାବନକୁ ଯାଉଥିଲେ । ଘଂଚ ଜଙ୍ଗଲ ଭିତର ଦେଇ ଯିବାବେଳେ ସେ ଭଗବାନଙ୍କ ନାମ ଉଚ୍ଚାରଣ କରି ନାଚୁଥିଲେ ଓ ଗାଉଥିଲେ । ଜଙ୍ଗଲର ଗୋଟିଏ ସ୍ଥାନରେ ସେ ବାଘ,ସିଂହ,ସାପ,ଭାଲୁ,ଗଣ୍ଡା ଆଦି ଅନେକ ହିଂସ୍ର ଜୀବଜନ୍ତୁ ଦେଖିଲେ ।ତାଙ୍କ ସାଙ୍ଗରେ ଥିବା ବଳଭଦ୍ର ଭଟାଚର୍ଯ୍ୟ ପଶୁମାନଙ୍କୁ ଦେଖି ଡରିଗଲେ।କିନ୍ତୁ ଚୈତନ୍ୟଙ୍କର ପ୍ରଭାବରେ ସବୁ ପଶୁମାନେ ହାତ ଯୋଡି ପ୍ରଣାମ କରିବାକୁ ଲାଗିଲେ । କିଛି ରାସ୍ତା ଯିବାପରେ ସେ ରାସ୍ତାରେ ଶୋଇଥିବା ଗୋଟିଏ ବାଘକୁ ଦେଖିଲେ।ସେ ତାକୁ ସ୍ନେହରେ ଆଉଁସି କହିଲେ କୃଷ୍ଣ ନାମ ଜପ କର।ଆଶ୍ଚର୍ଯ୍ୟର କଥା  ବାଘଟି ସଙ୍ଗେ ସଙ୍ଗେ ହରେକୃଷ୍ଣ ଗାଈ ନାଚିବାକୁ ଲାଗିଲା ଓ ତା ଆଖିରୁ ପରମାନନ୍ଦର ଅଶ୍ରୁ ବୋହିଆସୁଥିଲା।

ଅଧିକ ପଢନ୍ତୁ: ‘ଓଁକାର ଜପର’ ୧୫ଟି ଆଶ୍ଚର୍ଯ୍ୟଜନକ ଉପକାରିତା !

କିଛି ବାଟ ଯିବାପରେ ସେ ଗୋଟିଏ ପୋଖରିରେ ସ୍ନାନ କରିବାକୁ ଲାଗିଲେ, ସେଠାକୁ ହାତୀମାନେ ପାଣି ପିଇବାକୁ ଆସିଲେ ସେମାନଙ୍କୁ ମଧ୍ୟ ଚୈତନ୍ୟ କୃଷ୍ଣ ନାମ ଗାଇବାକୁ କହିଲେ, ଆଶ୍ଚର୍ଯ୍ୟର କଥା ହାତୀମାନେ ମଧ୍ୟ ହରେକୃଷ୍ଣ ଗାଈ ଭକ୍ତିରେ ମାଟିରେ ଗଡିଗଲେ।କିଛି ବାଟ ଯାଇ ସେ କେତେଗୁଡିଏ ହରିଣ ଦେଖିଲେ ଚୈତନଙ୍କକର ସୁନ୍ଦେରତା ହରିନାମାନକୁ ଆକର୍ଷିତ କଲା ସେମାନେ ମଧ୍ୟ ହରିନାମ ଗାଇବାକୁ ଲାଗିଲେ।ବାଘ,ସିଂହ,ହରିଣ,ସାପ ସମସ୍ତେ ଚୈତନ୍ୟଙ୍କର ସୁନ୍ଦେରତା ଓ ମାଧୁର୍ଯ୍ୟରେ ଏକାଠି ହୋଇ ହରିନାମ ଗାଈ ଏକାସାଙ୍ଗରେ ନାଚିବାକୁ ଲାଗିଲେ।ଜଙ୍ଗଲର ଯେତେ ପଖୀଥିଲେ  ଓ ଗଛଲତା ଥିଲେ ସମସ୍ତେ ହରିନାମ ଗାଈ ନାଚିବାକୁ ଲାଗିଲେ।
ପ୍ରତ୍ୟେକ ଜୀବିତ ବସ୍ତୁ ବୌଦ୍ଧିକ ଓ ଆତ୍ମିକ ସ୍ତରରେ କୃଷ୍ଣଙ୍କର ଦାସ  ଅଟେ । ଭଗବାନଙ୍କର ନାମ ଓ କୀର୍ତ୍ତନ ସେମାନଙ୍କ ଭିତରେ vibrations ଅଥବା କମ୍ପନ ସୃଷ୍ଟି କରେ । ଏପରିକି ପଶୁ ଭିତରେ  ତାର awakening ଅଥବା ଜାଗ୍ରତ ଅବସ୍ଥା ସୃଷ୍ଟି ହୁଏ । ଯାହାଦ୍ୱାରା ସେ ଶତ୍ରୁକୁ ମଧ୍ୟ ଭଲପାଏ ।
ଏହି ଭୟାବହ ପୃଥିବୀରେ ପରିବାରରେ ପରସ୍ପର hate, ଇର୍ଷା,ଦ୍ୱେଷ ଭାବ ରହିଛି ସେଇଠି ଜଙ୍ଗଲର ପଶୁପକ୍ଷୀ ମାନେ ପରସ୍ପରକୁ ଭଲପାଆନ୍ତି।ଏହା କେବଳ କୃଷ୍ଣଙ୍କ ନାମ ଉଚ୍ଚାରଣ ଦ୍ୱାରା ସମ୍ଭବ ।
କୋଲକାତା, ପଶ୍ଚିମବଙ୍ଗ, ମୋ – ୭୯୮୦୫୪୯୩୯୭

( ଲେଖିକା ଏକାଧାରରେ ଜଣେ କବି, ସ୍ତମ୍ଭକାର, ତଥା ଯୋଗ-ପ୍ରାଣ-ବିଦ୍ୟା ଏବଂ ପ୍ରାନିକ୍ ହିଲର୍ )

Leave A Reply

Your email address will not be published.