ଇସଲାମବାଦ: ପାକିସ୍ତାନରେ ସେନା ନିଜ ସ୍ଥିତି ମଜଭୁତ କରିବା ଆରମ୍ଭ କରିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦୁର୍ବଳ ରାଜନୀତି ଓ ଲୋକପ୍ରିୟତା ହ୍ରାସର ଫାଇଦା ଉଠାଇବା ଲକ୍ଷ୍ୟରେ ପାକିସ୍ତାନ ସେନା ରହିଛି । ଇତି ମଧ୍ୟରେ ଦେଶର ପ୍ରମୁଖ ସଂସ୍ଥା ଏୟାରଲାଇନ୍ସ, ବିଦ୍ୟୁତ ଏବଂ କୋଭିଡ-୧୯ ମହାମାରୀ ଦାୟିତ୍ୱରେ ସେନାଧିକାରୀମାନେ ରହିଛନ୍ତି । ୨ ମାସ ମଧ୍ୟରେ ଏହି ସବୁ ବଦଳ କରାଯାଇଛି ।
ଇମ୍ରାନ କେତେକ ଛୋଟ ଦଳର ସମର୍ଥନରେ ସରକାର ଚଲାଉଛନ୍ତି । ଏହି ଦଳଗୁଡିକୁ ସମର୍ଥନ ପ୍ରତ୍ୟାହାର କରିବା ନେଇ ସେନା ପକ୍ଷରୁ ଚାପ ପଡିବା ଆରମ୍ଭ ହୋଇଛି । ତେବେ ପାକ୍ତ ସେନା ପକ୍ଷରୁ ଏ ନେଇ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ । ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହାସଲ କରିଥିବା ସେନାଅଧିକାରୀମାନେ ପରଭେଜ ମୁଶାରଫଙ୍କ ପ୍ରଶାସନରେ ମଧ୍ୟ ଥିଲେ ।
Comments are closed.