ଭୁବନେଶ୍ୱର: ଗଲୱାନ ଘାଟିରେ ଚୀନ୍ ଓ ଭାରତୀୟ ଯବାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ପ୍ରାଣ ହରାଇଥିବା ଓଡିଶାର ଦୁଇ ବୀରଙ୍କ ଶେଷକୃତ୍ୟ ଶୁକ୍ରବାର ଦିନ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି।
ସହିଦ ଯବାନଙ୍କ ମୃତ ଶରୀର ତାଙ୍କ ପୈତୃକ ଗ୍ରାମରେ ପହଞ୍ଚିବା ପରେ ପରିବାର ସଦସ୍ୟ, ସମ୍ପର୍କୀୟ ଏବଂ ସ୍ଥାନୀୟ ଲୋକମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକର ବିଆରପଙ୍ଗା ଠାରେ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ଏବଂ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିକଟ ବଡଚମ୍ପାଉଡା ଗ୍ରାମରେ ନୁଦୁରାମ ସୋରେନଙ୍କ ଶବଦାହ କରାଯାଇଥିଲା।
ସୂଚନାଯୋଗ୍ୟ, ଗୁରୁବାର ଦିନ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବୀର ଯବାନଙ୍କ ମରଶରୀର ପହଞ୍ଚିବା ପରେ ଓଡ଼ିଶା ରାଜ୍ୟପାଳ ଗଣେଶ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବରିଷ୍ଠ ସେନା ଅଧିକାରୀ ଏବଂ ଅନ୍ୟମାନେ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Comments are closed.