Latest Odisha News

BREAKING NEWS

ମଦୁଆ ପୁଅକୁ ହାଣି ମାଟି ତଳେ ପୋତିଦେଲା ମାଆ

ଗଞ୍ଜାମ: ମାଆ ସାଜିଲା ହତ୍ୟାକାରୀ । ପୁଅକୁ ହାଣି ହତ୍ୟାକରି ମାଟି ତଳେ ପୋତି ଦେଲା ମାଁ । ମଦୁଆର ପୁଅର ଉନ୍ମତ କାଣ୍ଡରେ ଅତିଷ୍ଠ ହୋଇ ଏଭଳି କାଣ୍ଡ ଘଟିଛି ମାଁ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୋପପୁର ଗାଁରେ । ସୂଚନା ମୁତାବକ, ଗୋପପୁର ହରିଜନ ସାହିର ଦୁଇତା ନାହାକଙ୍କ ବଡ ପୁଅ ସୁକୁରିଆ । ସେ ଗତକାଲି ରାତିରେ ମଦ ପିଇ ଆସି ମାଆଙ୍କୁ ମାଡ ମାରିବା ସହ ଗାଁ ଲୋକଙ୍କ ସହ ଗଣ୍ଡଗୋଳ କରିଥିଲେ । ଏହାପରେ ମାଆ ଅତିଷ୍ଠ ହୋଇ ଘରେ ଶୋଇଥିବା ଅବସ୍ଥାରେ ଶୁକୁରିଆକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ଶୋଇଥିବା ଅବସ୍ଥାରେ ହିଁ ତାର ମୃତ୍ୟୁ ହୋଇଥିଲା ।

ପରେ ମା’ ପୁଅର ମୃତଦେହକୁ ଘର ପଛପଟେ ପୋତି ଦେଇଥିଲା । ଏହାପରେ ସକାଳୁ ସାନପୁଅ ଧନୁ ଆସିବା ପରେ ମାଆ ସବୁ କଥା କହିଥିଲା । ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ତହ ହତ୍ୟାକାରୀ ମାଆକୁ ଗିରଫ କରିଛି । ଏଥିସହ ସାନପୁଅକୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.