Latest Odisha News

BREAKING NEWS

ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରେହାଙ୍କୁ ପୋଲିସର ୯ ଘଂଟା ଧରି ଜେରା, ମିଳିଲା ବହୁ ତଥ୍ୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ପୁଲିସ୍‌ ତଦନ୍ତ ଜୋର୍‌ ଧରିଛି। ମୁମ୍ବାଇ ପୁଲିସ୍‌ ସୁଶାନ୍ତଙ୍କ ପ୍ରେମିକା ରେହା ଚକ୍ରବର୍ତ୍ତୀଙ୍କୁ ଦୀର୍ଘ ୯ ଘଣ୍ଟା ଧରି ପଚରାଉଚରା କରିଥିବାର ଜାଣିବାକୁ ମିଳିଛି। ସୁଶାନ୍ତଙ୍କ ପ୍ରେମିକା ତଥା ଅଭିନେତ୍ରୀ ରେହା ଗୁରୁବାର ପୁଲିସ୍‌ ‌ଷ୍ଟେସନ୍‌ରେ ପହଞ୍ଚିଥିଲେ। ସେଠାରେ ପୁଲିସ୍‌ ଦୀର୍ଘ ୯ ଘଣ୍ଟା ଧରି ତାଙ୍କୁ ପଚରାଉଚରା କରିବା ପରେ ତାଙ୍କ ବୟାନ ରେକର୍ଡ କରିଛି।

ଦୀର୍ଘ ଦିନ ଧରି ସୁଶାନ୍ତଙ୍କ ପ୍ରେମିକା ରହି ଆସିଥିବା ଏହି ଅଭିନେତ୍ରୀ ୨୦୨୦ ‌ଶେଷ ସୁଦ୍ଧା ତାଙ୍କୁ ବିବାହ କରିଥାନ୍ତେ ବୋଲି କଥା ଉଠିଛି। ଆହୁରି ବି ଶୁଣିବାକୁ ମିଳୁଛି ଯେ ସୁଶାନ୍ତ ଓ ରେହା ଦୁହେଁ ସାଥି ହୋଇ ଦୁଇ ଜଣ ଘର କିଣିବାର ବି ଯୋଜନା ରଖିଥିଲେ। ପୁଲିସ୍‌ ରେହାଙ୍କ ଫୋନ୍‌ ନେଇ ସେ ଦୁହିଁଙ୍କର ଥିବା ବ୍ୟକ୍ତିଗତ ଫଟୋ, ଭିଡିଓ ଓ ମେସେଜ୍‌ ଆଦିକୁ ଦେଖିଥିଲା। ରେହାଙ୍କୁ ଦୀର୍ଘ ସମୟ ଧରି ପଚରା ଉଚରା କରିବା ପରେ ରେହା ସ୍ବୀକାର କରିଛନ୍ତି ଯେ ଲକ୍‌ଡାଉନ୍‌ ସମୟରେ ସେ ସୁଶାନ୍ତଙ୍କ ସହ ରହୁଥିଲେ। ମାତ୍ର ଥରେ ଝଗଡ଼ା ହେବା ପରେ ସେ ରାତିରେ ସୁଶାନ୍ତଙ୍କୁ ଛାଡ଼ି ପଳାଇ ଆସିଥିଲେ।

ମାତ୍ର ତା’ପରେ ସେ ଦୁହେଁ ଫୋନ୍‌ ଓ ମେସେଜ୍‌ରେ କଥା ହୋଇଥିଲେ। ସୁଶାନ୍ତ ରବିବାର ଆତ୍ମହତ୍ୟା କରିବା ପୂର୍ବରୁ ଶନିବାର ରାତିରେ ଶେଷ କଲ୍‌ ରେହାଙ୍କୁ କରିଥିଲେ। ପୁଲିସ୍‌ ଏବେ ସୁଦ୍ଧା ରେହାଙ୍କୁ ମିଶାଇ ୧୦ ଜଣଙ୍କ ବୟାନ ରେକର୍ଡ କରି ସାରିଲାଣି।

 

Comments are closed.