Latest Odisha News

BREAKING NEWS

ଆଇସିଏ ତରଫରୁ ୫୭ଜଣ କ୍ରିକେଟର୍‌ଙ୍କୁ ଆର୍ଥିକ ସହାୟତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର୍ସ ଆସୋସିଏସନ୍ (ଆଇସିଏ) ଆର୍ଥିକ ଦୁରବସ୍ଥା ମଧ୍ୟ ଦେଇ ଗତି କରୁଥିବା କ୍ରିକେଟର୍ଙ୍କ ନିମନ୍ତେ ସହାୟତାର ହାତ ବଢ଼ାଇଛି । ଆଇସିଏ ତରଫରୁ ୫୭ଜଣ କ୍ରିକେଟର୍‌ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଆଇସିଏ ସଭାପତି ଅଶୋକ ମାଲହୋତ୍ରା କହିଛନ୍ତି ପ୍ରଥମେ ୨୫ରୁ ୩୦ ଜଣ ପୂର୍ବତନ କ୍ରିକେଟର୍‌ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ବିଭିନ୍ନ କ୍ରିକେଟର୍‌ଙ୍କଠାରୁ ୭୮ ଲକ୍ଷ ଟଙ୍କାର ଅନୁଦାନ ରାଶି ସଂଗୃହୀତ ହୋଇଛି । ପୂର୍ବତନ ଓ ବର୍ତ୍ତମାନର କ୍ରିକେଟର୍‌ଙ୍କୁ ମିଶାଇ ୫୭ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି ।

ଦୃଷ୍ଟିବାଧିତ କ୍ରିକେଟର୍ ଶେଖର ନାଏକ ସହାୟତା ହାସଲକାରୀ ତାଲିକାରେ ରହିଛନ୍ତି । ଶେଖର ୨୦୧୭ରେ ପଦ୍ମଶ୍ରୀ ପୁରସ୍କାର ହାସଲ କରିଥିଲେ । ଏହାବାଦ୍ ପରଲୋକଗତ ୩ଜଣ ପୂର୍ବତନ କ୍ରିକେଟର୍‌ଙ୍କ ପତ୍ନୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏ’ ବିଭାଗରେ ଥିବା କ୍ରିକେଟର୍‌ମାନେ ୧ ଲକ୍ଷ ଟଙ୍କା, ବି’ ବିଭାଗରେ ୮୦ ହଜାର ଓ ସି’ ବିଭାଗରେ ଥିବା କ୍ରିକେଟର୍ ୬୦ ହଜାର ଟଙ୍କା ଆର୍ଥିକ ସହାୟତା ପାଇବେ ।

Leave A Reply

Your email address will not be published.