ନୂଆଦିଲ୍ଲୀ : ଗଲଓ୍ବାନ ଘାଟି ସଂଘର୍ଷ ପରେ ଚୀନ ବିରୋଧରେ ମୋର୍ଚ୍ଚା ଖୋଲିଛି ଭାରତ । କୁଟନୈତିକ ଓ ସାମରିକ ସହ ଆର୍ଥିକ ସ୍ତରରେ ଜବାବ ଦେବାକୁ ରଣନୀତି ହେଉଛି । ହାତରେ ନମାରି ଭାତରେ ମାରିବ ଭାରତ । ସୂଚନା ଅନୁସାରେ ଚୀନରୁ କେଉଁ ସବୁ ସମାଗ୍ରୀ ଆମଦାନୀ ହେଉଛି ସେସବୁର ତାଲିକା ପ୍ରସ୍ତୁତ କରୁଛନ୍ତି । ଏନେଇ ଉଦ୍ୟୋଗପତି ଓ କମ୍ପାନୀଙ୍କୁ ତଥ୍ୟ ମାଗିଛନ୍ତି ।
ଆତ୍ମ ନିର୍ଭରଶୀଳ ଭାରତ ଅଭିଯାନକୁ ତ୍ବରାନ୍ବିତ କରିବା ସହ ଚୀନ ସାମଗ୍ରୀ ବ୍ୟବହାର ହ୍ରାସ ଉପରେ ଗୁରୁ୍ତ୍ବ ଦେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ସରକାର । ତାଲିକାଭୁକ୍ତ ହୋଇଥିବା ସାମଗ୍ରୀ ଭିତରେ ରହିଛି କାନ୍ଥ ଘଣ୍ଟା, ଗ୍ଲାସ ରଡସ୍, ହେୟାର କ୍ରିମ୍, ସାମ୍ପୁ, ଫେସ ପାଉଡର୍, ଆଇ ଏଣ୍ଡ ଲିପ୍ ମେକଅପ୍ ସାମଗ୍ରୀ, ପ୍ରିଣ୍ଚିଂ କାଳି, ତମାଖୁ ଜାତ ସାମଗ୍ରୀ ସହ ଆଉ କିଛି ।
Comments are closed.