ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୪,୨୫,୨୮୨କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି ।
କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସର୍ବାଧିକ ୧୪,୮୨୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ପାଖାପାଖି ୪୪୫ ଜଣଙ୍କର ମୃତ୍ୟୁ ଘଟିଛି।
ଏଯାବତ୍ ଦେଶରେ ୧,୭୪,୩୮୭ କରୋନା ସକ୍ରିୟ ମାମଲା ରହିଥିବା ବେଳେ ପାଖାପାଖି ୧୩,୬୯୯ ଜଣ ପ୍ରାଣ ହରାଇଛନ୍ତି।
ଆହୁରି ମଧ୍ୟ ସମସ୍ତ ୨,୩୭,୧୯୬ ଜଣ ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।
Comments are closed.