Latest Odisha News

BREAKING NEWS

ଗଞ୍ଜାମରେ ୩୨ କରୋନା ପଜିଟିଭ ଚିହ୍ନଟ; ମୋଟ୍ ସଂଖ୍ୟା ୯୦୦ ଟପିଲା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ୩୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ ।

ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ କରୋନା ଯୋଦ୍ଧା ରହିଛନ୍ତି । ସେମାନଙ୍କ ମଧ୍ୟରେ ଭଞ୍ଜନଗରରୁ ଜଣେ ଓ ଆସ୍କାରୁ ଜଣେ କରୋନା ପଜିଟିଭ ହୋଇଛନ୍ତି ।

ସେହିପରି ସୁରଟ (୪), ତାମିଲନାଡୁ(୧), ମହାରାଷ୍ଟ୍ର (୧), ବେଲଗୁଣ୍ଠା (୧), ବୁଗୁଡା (୨), କେ.ଏସ୍ ନଗର (୨), ଖଲିକୋଟ (୧) ଓ ପୋଲସରା (୧)ଚିହ୍ନଟ ହୋଇଛନ୍ତି । ଏମାନଙ୍କର ଯାତ୍ରା ଇତିହାସ ରହିଥିବା ବେଳେ ଆଉ ୨୩ ଜଣଙ୍କର ଆକ୍ଟିଭ କଣ୍ଟାକ୍ଟ ପଜିଟିଭ କେସ୍ ରହିଛି ।

ଅପରପକ୍ଷରେ ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ଗଞ୍ଜାମରେ ବର୍ତ୍ତମାନ ୨୪୮ ସକ୍ରିୟ ମାମଲା ରହିଥିବା ବେଳେ ୬୭୦ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Leave A Reply

Your email address will not be published.