ପୁରୀ: ସିଂହଦ୍ୱାର ଆଗରେ ରଥାରୁଢ଼ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ଶ୍ରୀଜିଉଙ୍କ ପହଣ୍ଡି । ଧାଡ଼ି ପହଣ୍ଡିରେ ସେବାୟତମାନେ ମହାପ୍ରଭୁଙ୍କୁ ଆଣି ରଥାରୂଢ କରିଛନ୍ତି । ପ୍ରଥମେ ଆସିଥିଲେ ଶ୍ରୀସୁଦର୍ଶନ । ତାପରେ ବଡ଼େଦେଉଳୁ ବାହାରିଥିଲେ ବଡ଼ଠାକୁର ଶ୍ରୀବଳଭଦ୍ର । ପରେ ପରେ ଦେବୀ ସୁଭଦ୍ରାଙ୍କୁ ପହଣ୍ଡିରେ ଆଣି ଥିଲେ ସେବାୟତ । ଶେଷରେ ନୀଳକନ୍ଦରରୁ ବାହାରିଥିଲେ କାଳିଆ ଠାକୁର । ଟାହିଆ ହଲାଇ ସେବାୟତଙ୍କ ଗହଣରେ ଝୁଲି ଝୁଲି ବାଇଶି ପାହଚ ଡେଇଁ ବଡ଼ଦାଣ୍ଡକୁ ଓହ୍ଲାଇଥିଲେ ଜଗତର ନାଥ ପ୍ରଭୁ ଜଗନ୍ନାଥ ।
ତାଳଧ୍ୱଜ ରଥରେ ପ୍ରଭୁ ବଳଭ୍ଦର, ଦର୍ପଦଳନରେ ଦେବୀ ସୁଭଦ୍ର ଓ ନନ୍ଦିଘୋଷରେ ପ୍ରଭୁ ଶ୍ରୀଜଗନ୍ନାଥ ବିରାଜମାନ କରିଛନ୍ତି । ଚତୁର୍ଦ୍ଧା ମୂର୍ତ୍ତି ପହଣ୍ଡିରେ ଆସି ରଥାରୂଢ ହେବା ବେଳେ ପୂରା ପରିବେଶ ଭକ୍ତି ଓ ଭାବରେ ଉଛୁଳି ପଡୁଥିଲା । ଘଣ୍ଟ ଘଣ୍ଟା, ଶଙ୍ଖ ନାଦରେ କମ୍ପୁଥିଲା ବଡ଼ଦାଣ୍ଡ । ରଥଯାତ୍ରାରେ ବାହାରିଛନ୍ତି ଭାବର ଠାକୁର । କିନ୍ତୁ ସିଧାସଳଖ ଭକ୍ତ ଓ ଭଗବାନଙ୍କ ମିଳନ ହୋଇନି ଏ ବର୍ଷ । ଚକା ଆଖିକୁ ଦେଖିଲା ସାରା ଜଗତ । ଟିଭି ପରଦାରେ ଦେଖି ଭକ୍ତ ଆଖିରୁ ଝରି ଆସିଛି ଭାବର ଲୁହ ।

ପୂର୍ବରୁ ସ୍ଥିର ହୋଇଥିବା ନୀତି ନିର୍ଘଣ୍ଟ ଅନୁସାରେ ମହାପ୍ରଭୁଙ୍କ ରୀତିନୀତି ଚାଲିଛି । ରଥ ଉପରେ ଆଉ କିଛି ନୀତିକାନ୍ତ କରାଯିବ । ଏହାପରେ ବିଜେ କରିବେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ । ସେ ଛେରା ପହଁରା କରିବା ପରେ ୧୨ଟାରେ ଗଡ଼ିବ ରଥ ।
BREAKING NEWS
- ଫ୍ଲାଏଦୁବାଇ ବିମାନ ଦୁର୍ଘଟଣା ଷଡ଼ଯନ୍ତ୍ର: ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଟଳିଲା ବଡ଼ ବିପଦ
- Odisha CEO:ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ
- MEA issues advisory for Indians:ସେନାରେ ଯୋଗଦେବା ପାଇଁ ଋଷିଆ ଯିବାର ‘ବିପଜ୍ଜନକ ପଥ’ରୁ ଦୂରେଇ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଗିରଫଦାରୀ ଭୟରେ ବିଦ୍ୟାଭାରତୀ, ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି
- Modi, Trump talk on phone:ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା; ଏହି ସମସ୍ତ ବିଷୟ ଉପରେ …
- ସିଏଜି ସ୍କାନରରେ ଓଡ଼ିଶାର ଡିଏମ୍ଏଫ୍ ପାଣ୍ଠି: ଖଣି ପ୍ରଭାବିତ ନଥିବା ଅଞ୍ଚଳରେ ଖର୍ଚ୍ଚ ହୋଇଛି ୯୮୩ କୋଟି ଟଙ୍କା
- ଏକାଠି କାମ କରିବେ ସୈଫ୍-ପ୍ରିୟଙ୍କା: ରିତେଶ ବାତ୍ରାଙ୍କ ନିର୍ଦ୍ଦେଶନାରେ ତିଆରି ହେବ ଦମଦାର୍ ଫିଲ୍ମ
- ରାଜଧାନୀ ଉପକଣ୍ଠରେ ବେଆଇନ ଗ୍ୟାସ୍ କାରବାରର ପର୍ଦ୍ଦାଫାଶ: ୭୯ଟି ଏଲପିଜି ସିଲିଣ୍ଡର ଜବତ
- ଆଇଟି କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା: ୨୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏଆଇ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ
- ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗର୍ଜିଲା ହିଟ୍ମ୍ୟାନ୍ଙ୍କ ବ୍ୟାଟ୍: ଶତକ ହାସଲ ପରେ ପଡ଼ିଆ ମଝିରେ ନାଚିଲେ ରୋହିତ

Comments are closed.