ପୁରୀ: ସିଂହଦ୍ୱାର ଆଗରେ ରଥାରୁଢ଼ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ଶ୍ରୀଜିଉଙ୍କ ପହଣ୍ଡି । ଧାଡ଼ି ପହଣ୍ଡିରେ ସେବାୟତମାନେ ମହାପ୍ରଭୁଙ୍କୁ ଆଣି ରଥାରୂଢ କରିଛନ୍ତି । ପ୍ରଥମେ ଆସିଥିଲେ ଶ୍ରୀସୁଦର୍ଶନ । ତାପରେ ବଡ଼େଦେଉଳୁ ବାହାରିଥିଲେ ବଡ଼ଠାକୁର ଶ୍ରୀବଳଭଦ୍ର । ପରେ ପରେ ଦେବୀ ସୁଭଦ୍ରାଙ୍କୁ ପହଣ୍ଡିରେ ଆଣି ଥିଲେ ସେବାୟତ । ଶେଷରେ ନୀଳକନ୍ଦରରୁ ବାହାରିଥିଲେ କାଳିଆ ଠାକୁର । ଟାହିଆ ହଲାଇ ସେବାୟତଙ୍କ ଗହଣରେ ଝୁଲି ଝୁଲି ବାଇଶି ପାହଚ ଡେଇଁ ବଡ଼ଦାଣ୍ଡକୁ ଓହ୍ଲାଇଥିଲେ ଜଗତର ନାଥ ପ୍ରଭୁ ଜଗନ୍ନାଥ ।
ତାଳଧ୍ୱଜ ରଥରେ ପ୍ରଭୁ ବଳଭ୍ଦର, ଦର୍ପଦଳନରେ ଦେବୀ ସୁଭଦ୍ର ଓ ନନ୍ଦିଘୋଷରେ ପ୍ରଭୁ ଶ୍ରୀଜଗନ୍ନାଥ ବିରାଜମାନ କରିଛନ୍ତି । ଚତୁର୍ଦ୍ଧା ମୂର୍ତ୍ତି ପହଣ୍ଡିରେ ଆସି ରଥାରୂଢ ହେବା ବେଳେ ପୂରା ପରିବେଶ ଭକ୍ତି ଓ ଭାବରେ ଉଛୁଳି ପଡୁଥିଲା । ଘଣ୍ଟ ଘଣ୍ଟା, ଶଙ୍ଖ ନାଦରେ କମ୍ପୁଥିଲା ବଡ଼ଦାଣ୍ଡ । ରଥଯାତ୍ରାରେ ବାହାରିଛନ୍ତି ଭାବର ଠାକୁର । କିନ୍ତୁ ସିଧାସଳଖ ଭକ୍ତ ଓ ଭଗବାନଙ୍କ ମିଳନ ହୋଇନି ଏ ବର୍ଷ । ଚକା ଆଖିକୁ ଦେଖିଲା ସାରା ଜଗତ । ଟିଭି ପରଦାରେ ଦେଖି ଭକ୍ତ ଆଖିରୁ ଝରି ଆସିଛି ଭାବର ଲୁହ ।
ପୂର୍ବରୁ ସ୍ଥିର ହୋଇଥିବା ନୀତି ନିର୍ଘଣ୍ଟ ଅନୁସାରେ ମହାପ୍ରଭୁଙ୍କ ରୀତିନୀତି ଚାଲିଛି । ରଥ ଉପରେ ଆଉ କିଛି ନୀତିକାନ୍ତ କରାଯିବ । ଏହାପରେ ବିଜେ କରିବେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ । ସେ ଛେରା ପହଁରା କରିବା ପରେ ୧୨ଟାରେ ଗଡ଼ିବ ରଥ ।
BREAKING NEWS
- ନକ୍ସଲଙ୍କ ବିସ୍ଫୋରଣ ଯୋଜନା ପଣ୍ଡ; ୪୫ କିଲୋ ଲ୍ୟାଣ୍ଡମାଇନ ଉଦ୍ଧାର
- ଅଫିସିଆଲ ଘୋଷଣା,ନିର୍ଦ୍ଦେଶନା ଦେବେ ହ୍ରିିତିକ ରୋଶନ
- ପୁଣି ବଢିଲା ତାତି, ଝାରସୁଗୁଡ଼ାରେ ୪୨ .୨ ଡିଗ୍ରୀ ରେକର୍ଡ
- ବେଆଇନ ଗୁଟ୍ଖା ଚାଲାଣବେଳେ ମାଡି ବସିଲା ପୋଲିସ
- ପ୍ରଦୀପ ଜେନା ହେଲେ ଓଇଆରସି ଅଧ୍ୟକ୍ଷ
- ତୁର୍କୀ ଫିଲ୍ମରେ ଏଣ୍ଟ୍ରି କଲେ କି ବିରାଟ କୋହଲି, ଭିଡିଓ ଭାଇରାଲ…
- ମାଡ୍ରାସ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ କୁନାଲ କାମରା
- ରାଜଧାନୀରେ ଟ୍ରାଫିକ୍ କଟକଣା; ସନ୍ଧ୍ଯା ୫ରୁ ମଧ୍ୟରାତ୍ରି ଯାଏଁ ଲାଗୁ…
- ଖୁସି ଖବର; ୨% ମହଙ୍ଗା ଭତ୍ତା ବଢାଇଲା କେନ୍ଦ୍ର
- ହାଇଦ୍ରାବାଦରେ ପ୍ରଥମ ଇଲେକ୍ଟ୍ରିକ୍ କାର୍ ୟୁନିଟ୍ ସ୍ଥାପନ କରିବ ବିୱାଇଡି
Comments are closed.