Latest Odisha News

BREAKING NEWS

ପୁରୀରେ ଜଣେ ସେବାୟତ କରୋନା ପଜିଟିଭ; କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର

ପୁରୀ: ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଦେଖିବା ପାଇଁ ଲକ୍ଷଲକ୍ଷ ଭକ୍ତ ଅଣାଇ ବସିଛନ୍ତି । ଏହି ସମୟରେ ପୁରୀରେ ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରାଯାଇ ଗତ ସୋମବାର ଦିନ ପ୍ରାୟ ୧୧୪୩ ସେବାୟତଙ୍କର କୋଭିଡି-୧୯ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟମାନଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ ବାହାରିଛି ।

ଫଳରେ ରଥ ଯାତ୍ରା ରୀତିନୀତି ପୂର୍ବରୁ ସମ୍ପୃକ୍ତ ସେବାୟତଙ୍କୁ ଚିକିତ୍ସା ଲାଗି କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ନେଇ ଜିଲ୍ଲା ପ୍ରଶାସନ ଟୁଇଟ୍ କରି ଜଣାଇଛନ୍ତି ।

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ ଅବଶିଷ୍ଟ ୨୫ ପ୍ରତିଶତ ସେବାୟତଙ୍କ କୋଭିଡ-୧୯ ପରୀକ୍ଷା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ କରୁଛନ୍ତି ।

“ତିନିଟି ରଥ ଟାଣିବା ପାଇଁ ନିୟୋଜିତ ହେବାକୁ ଥିବା ୧୫୦୦ ଲୋକଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଅନୁଯାୟୀ ଚିହ୍ନଟ କରାଯାଇଛି। ପୂର୍ବରୁ ୭୫ ପ୍ରତିଶତ କୋଭିଡ-୧୯ ପରୀକ୍ଷା ହୋଇସାରିଛି । ଏହାଛଡା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଏଠାରେ ଅଛନ୍ତି ଏବଂ ସେମାନେ ବାକି ସେବାୟତମାନଙ୍କ ପରୀକ୍ଷା କରୁଛନ୍ତି। ଆସନ୍ତାକାଲି ସକାଳ ସୁଦ୍ଧା ଫଳାଫଳ ବାହାରିବ” ବୋଲି ସେ କହିଛନ୍ତି।

Leave A Reply

Your email address will not be published.