Latest Odisha News

ଚୀନ ବିପକ୍ଷରେ କଡା ପଦକ୍ଷେପ ନେଲା ଜାପାନ: ସୀମାରେ ବାଲିଷ୍ଟିକ୍ ମିସାଇଲ ମୁତୟନ

ଟୋକିଓ: ଭାରତର ଲଦାଖରେ ଚୀନ୍ ଯେପରି ଅକସ୍ମାତ୍ ଭାବେ ସୀମା ବିବାଦ ସୃଷ୍ଟି କରିଛି, ତାହା ଏବେ ଅନ୍ୟ ଦେଶମାନଙ୍କୁ ସତର୍କ କରିଦେଇଛି । ତେଣୁ ସେମାନେ ବି ଚୀନ୍‌ର ଏଭଳି ଆଭିମୁଖ୍ୟର ସମ୍ମୁଖୀନ ହେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଜାପାନ ଏବେ ଚୀନ୍‌କୁ ଲକ୍ଷ୍ୟ କରି ନିଜ ଦେଶର ସୀମାରେ ବାଲିଷ୍ଟିକ୍ ମିସାଇଲ ମୁତୟନ କରିଛି । ଜାପାନ ମଧ୍ୟ ନିଜର ସୀମାରେ ଅତିରିକ୍ତ ସୈନିକ ନିୟୋଜିତ କରିଛି । ଏହାସହିତ ଜାପାନ ସରକାର ନିଜର ବାୟୁ ସୁରକ୍ଷା ପ୍ରଣାଳୀ ଆହୁରି ମଜଭୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏଥିପାଇଁ ଜାପାନ ନିଜର ୪ଟି ସାମରିକ ଘାଟିରେ ଚଳିତ ମାସ ସୁଦ୍ଧା ଆମେରିକା ନିର୍ମିତ ପାର୍ଟିଅଟ ପିଏସି-୩ ଏମଏସଇ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ମୁତୟନ କରିବ । ଜାପାନ ପୂର୍ବରୁ ଯେଉଁ ପାଟ୍ରିଅଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ବ୍ୟବହାର କରୁଛି, ତାହା ୭୦ କିମି ଦୂରତାରେ ଶତ୍ରୁର ବିମାନ, ଡ୍ରୋନ ଓ ମିସାଇଲ ଆଦିକୁ ନଷ୍ଟ କରିବାରେ ସକ୍ଷମ ଅଟେ। କିନ୍ତୁ ଏବେ ଜାପାନ ପାର୍ଟ୍ରିଅଟ ମିସାଇଲର ଯେଉଁ ସଂସ୍କରଣ ମୁତୟନ କରିବାକୁ ଯାଉଛି, ତାହାର ରେଞ୍ଜ ହେଉଛି ୧୦୦ କିମି । ଏହା ସାହାଯ୍ୟରେ ଚୀନ୍‌ର ଆକ୍ରମଣକୁ ପ୍ରତିହତ କରିପାରିବ ବୋଲି ଜାପାନ ମନେ କରୁଛି ।

Leave A Reply

Your email address will not be published.