Latest Odisha News

BREAKING NEWS

୩୦ ବର୍ଷ ପରେ ଲିଭରପୁଲ ଜିତିଲା ଇଂଲିଶ ଫୁଟବଲ ଲିଗ୍‌

ଲଣ୍ଡନ: ୩୦ ବର୍ଷ ପରେ ଲିଭରପୁଲ ଇଂଲିଶ ଫୁଟବଲ ଲିଗ୍ ଟାଇଟଲ ହାସଲ କରିଛି । ଲିଗ ଭିତିକ ଏହି ଟୁର୍ଣ୍ଣାମେଂଟରେ ଲିଭରପୁଲକୁ ପଏଂଟ ଆଧାରରେ ବିଜୟ ଘୋଷିତ କରାଯାଇଥିଲା । ଚେଲ୍ସି ୨-୧ରେ ମାଂଚେଷ୍ଟର ସିଟିକୁ ହରାଇବା ପରେ ଲିଭରପୁଲ ଫାଇଦାରେ ରହିଥିଲା । ୧୩୨ ବର୍ଷ ଇତିହାସରେ ଲିଭରପୁଲ ୧୯ଥର ଟାଇଟଲ ଜିତିଛି । ମାଂଚେଷ୍ଟର ୟୁନାଇଟେଡ ୨୦ ଟ୍ରଫି ସହ ସର୍ବାଧିକ ଟାଇଟଲ ହାସଲ କରିବା ଗୌରବ ଅର୍ଜନ କରିଛି । 

କରୋନା ଭାଇରସ ଯୋଗୁ ମାର୍ଚ୍ଚରେ ଏହି ଲିଗକୁ ଘଂଚାଇ ଦିଆଯାଇଥିଲା । ୩ ମାସ ପରେ ୧୭ଜୁନରୁ ଏହି ଲିଗ ପୁନର୍ବାର ଆରମ୍ଭ ହୋଇଥିଲା । ବିଜୟ ହାସଲ ପରେ ପ୍ରଶଂସକମାନେ ସରକାରଙ୍କ ପକ୍ଷରୁ କରାଯାଇଥିବା କଟକଣାକୁ ଖାତିର କରି ନ ଥିଲେ । ଷ୍ଟାଡିୟମରୁ ରାସ୍ତା ପର୍ଯ୍ୟନ୍ତ ସେମାନେ ଏକତ୍ର ହୋଇ ଖୁସି ମନାଇଥିଲେ । ପୋଲିସ ମୂକଦର୍ଶକ ସାଜିଥିଲା ।

Leave A Reply

Your email address will not be published.