ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ପୁଣି ୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ଘରୋଇ ସଙ୍ଗରୋଧରେ ଥିବାବେଳେ ଅନ୍ୟ ୮ ଜଣ ସ୍ଥାନୀୟ ଅଚଂଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍ କରି ସୂଚନା ଦେଇଛି ।
ଶିରିପୁର ଲକ୍ଷ୍ମିବଜାର ବସ୍ତି ଅଚଂଳରୁ ୩୧ ବର୍ଷୀୟ ଏବଂ ୩୮ ବର୍ଷୀୟ ଦୁଇ ଜଣ ମହିଳା ଓ ୫୦ ବର୍ଷୀୟ ବ୍ୟକ୍ତି ଏବଂ ୧୮ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଆର୍ବିଆଇ ଅଫିସ ନିକଟର ଜଣେ ୫୨ ବର୍ଷୀୟ ଘରୋଇ ସିକ୍ୟୁରିଟି ଗାର୍ଡ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ଘରୋଇ ହସ୍ପିଟାଲ ସହ ଲିଙ୍କରେ ଥିବା ୩୮, ୪୨, ଓ ୪୧ ବର୍ଷୀୟ ୩ ଜଣ ଯୁବକ ସଂକ୍ରମିତ ହୋଇଛନ୍ତି । ଏୟାରପୋର୍ଟ କଲୋନୀର ଜଣେ ୨୬ ବର୍ଷୀୟ ଯୁବତୀ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ସେ ଦିଲ୍ଳୀରୁ ଫେରି ହୋମ୍ କ୍ୱାରେଂଟିନ୍ରେ ଥିଲେ ।
ସେହିପରି ଆଜି ଭୁବନେଶ୍ୱରରୁ ୧୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜଧାନୀରେ କରୋନା ସଂକ୍ରମିତଙ୍କ ଆରୋଗ୍ୟ ସଂଖ୍ୟା ୧୪୮ରେ ପହଂଚିଛି । ମୋଟ ୨୮୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୩୧ଟି ଆକ୍ଟିଭ କେସ୍ ରହିଛି ।
Comments are closed.