Latest Odisha News

BREAKING NEWS

କରୋନାରେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଉପାଧ୍ୟକ୍ଷଙ୍କ ମୃତ୍ୟୁ

ଗଞ୍ଜାମ: କରୋନାରେ ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଉପାଧ୍ୟକ୍ଷ ଭଗବାନ ସ୍ୱାଇଁଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସେ ଗତ କିଛି ଦିନ ହେବ କରୋନାରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ।

ଉପାଧ୍ୟକ୍ଷଙ୍କ ସମେତ କରୋନା ମହାମାରୀରେ ୩ ଜଣଙ୍କ ଜୀବନ ଯାଇଥିବା ନେଇ ଖବର ସାମ୍ନାକୁ ଆସିଛି । ତେବେ ପରିସ୍ଥିତିକୁ ନଜରରେ ରଖି ୬ ଦିନ ପାଇଁ ଜାହାଡା ପଂଚାୟତକୁ କଂଟେନମେଂଟ ଜୋନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଂଚ । କରୋନା ମୃତ୍ୟୁ ଓ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ନେଇ ସରପଞ୍ଚ ସୁଲତା ବେହେରା ସୂଚନା ଦେଇଛନ୍ତି ।

ଗଂଜାମ ଜିଲ୍ଲାରେ କରୋନାର ସ୍ଥିତି ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି । କରୋନାରେ ଗଞ୍ଜାମରେ ଗଡ଼ି ଚାଲିଛି ମୁଣ୍ଡ । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଅନୁରୂପ ଭାବେ ବୃଦ୍ଧିପାରିବାରେ ଲାଗିଛି ।

Leave A Reply

Your email address will not be published.