ନୂଆଦିଲ୍ଲୀ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ଏବଂ କୁଶାଲ ଟଣ୍ଡନଙ୍କ ୱେବ୍ ସିରିଜ୍ ‘ଅନଲକ୍’ ବର୍ତ୍ତମାନ ‘ZEE5’ ରେ ପ୍ରସାରିତ ହେଉଛି। ଏହି ଥ୍ରୀଲର ସିରିଜକୁ ଦେଖିବା ପାଇଁ ନିଜ ପ୍ରଶଂସକଙ୍କୁ ଅନୁରୋଧ କରିବା ସହ ଏହି ଫିଲ୍ମର ଟ୍ରେଲରକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ହିନା। ଜୁନ୍ ୨୭ ରେ ଏହି ସିରିଜ କେବଳ ‘ZEE5’ ରେ ରିଲିଜ୍ ହୋଇଥିବା ହିନା ଲେଖିଛନ୍ତି । ଅନଲକ୍ ’ ହେଉଛି ଏକ ଡାର୍କ ୱେବ୍ ସିରିଜ୍ ଯେଉଁଥିରେ ରହିଛି ଏକ ହତ୍ୟା ରହସ୍ୟ । ଏହି ଚଳଚ୍ଚିତ୍ରରେ ହିନା ସୁହାନୀଙ୍କ ଭୂମିକାରେ ନଜର ଆସିବାକୁ ଥିବା ବେଳେ କୁଶାଲ ତାଙ୍କ ପ୍ରେମୀ ଅମର ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ହିନା ଏବଂ କୁଶାଲଙ୍କ ବ୍ୟତୀତ ଆଦିତି ଆର୍ୟ ଓ ରିଷଭ ସିହ୍ନା ମଧ୍ୟ ଅଭିନୟ କରିଛନ୍ତି। ଦେବତାମା ମଣ୍ଡଳଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ‘ଅନଲକ୍’ ୱିଣ୍ଡ ହର୍ଷ ଫିଲ୍ମସ ଆଣ୍ଡ କ୍ରାସନା କର୍ପୋରେସନ ଦ୍ୱାରା ନିର୍ମିତ ହୋଇଛି।
BREAKING NEWS
- ଓଡିଶା ସୁରକ୍ଷିତ ନାହିଁ, ଏଥିପାଇଁ ଦାୟୀ ମୁଖ୍ୟମନ୍ତ୍ରୀଙ୍କୁ ନିଜ କବ୍ଜାରେ ରଖିଥିବା ଭ୍ରଷ୍ଟାଚାରୀ
- ଶ୍ରେଷ୍ଠ ସଂସଦୀୟ ପୁରସ୍କାର ଜିତିବାକୁ ଚାହାଁନ୍ତି ବିଜେପି ପ୍ରାର୍ଥୀ କଙ୍ଗନା ରଣାୱତ
- ଅକ୍ସନ ପଲିସି ଉପରେ ନିର୍ଭର କରୁଛି ଧୋନୀଙ୍କ ଅବସର ନିଷ୍ପତି
- ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀ-ଏସଓଜି ମଧ୍ୟରେ ଗୁଳି ବିନିମୟ, ଜଣେ ଯବାନ ଗୁରୁତର
- ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆରମ୍ଭରୁ ମତଦାନ କେନ୍ଦ୍ରରେ ଇଭିଏମ୍ ଅଚଳ, ଭୋଟର ଅସନ୍ତୁଷ୍ଟ
- ଆରମ୍ଭ ହେଲା ମୋଦୀଙ୍କ ମେଗା ରୋଡ ସୋ’, ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ
- ଭୟଙ୍କର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ, ୧୭ ଘଣ୍ଟା ପରେ ଠାବ ହେଲା ହେଲିକପ୍ଟର
- ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ; ୮ ରାଜ୍ୟରେ ୪୯ ଲୋକସଭା ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
- ଶ୍ରୀମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦୀ: ଦର୍ଶନ ପରେ ରୋଡ ସୋ’ ଆରମ୍ଭ, ୬୩ ପ୍ଲାଟୁନ୍ ଫୋର୍ସ ମୁତୟନ
- ବଙ୍ଗୋପସାଗରରେ ଦାନାବାନ୍ଧୁଛି ବାତ୍ୟା, ଓଡ଼ିଶାମୁହାଁ ହେବା ନେଇ ଆକଳନ