ନୂଆଦିଲ୍ଲୀ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ଏବଂ କୁଶାଲ ଟଣ୍ଡନଙ୍କ ୱେବ୍ ସିରିଜ୍ ‘ଅନଲକ୍’ ବର୍ତ୍ତମାନ ‘ZEE5’ ରେ ପ୍ରସାରିତ ହେଉଛି। ଏହି ଥ୍ରୀଲର ସିରିଜକୁ ଦେଖିବା ପାଇଁ ନିଜ ପ୍ରଶଂସକଙ୍କୁ ଅନୁରୋଧ କରିବା ସହ ଏହି ଫିଲ୍ମର ଟ୍ରେଲରକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ହିନା। ଜୁନ୍ ୨୭ ରେ ଏହି ସିରିଜ କେବଳ ‘ZEE5’ ରେ ରିଲିଜ୍ ହୋଇଥିବା ହିନା ଲେଖିଛନ୍ତି । ଅନଲକ୍ ’ ହେଉଛି ଏକ ଡାର୍କ ୱେବ୍ ସିରିଜ୍ ଯେଉଁଥିରେ ରହିଛି ଏକ ହତ୍ୟା ରହସ୍ୟ । ଏହି ଚଳଚ୍ଚିତ୍ରରେ ହିନା ସୁହାନୀଙ୍କ ଭୂମିକାରେ ନଜର ଆସିବାକୁ ଥିବା ବେଳେ କୁଶାଲ ତାଙ୍କ ପ୍ରେମୀ ଅମର ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ହିନା ଏବଂ କୁଶାଲଙ୍କ ବ୍ୟତୀତ ଆଦିତି ଆର୍ୟ ଓ ରିଷଭ ସିହ୍ନା ମଧ୍ୟ ଅଭିନୟ କରିଛନ୍ତି। ଦେବତାମା ମଣ୍ଡଳଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ‘ଅନଲକ୍’ ୱିଣ୍ଡ ହର୍ଷ ଫିଲ୍ମସ ଆଣ୍ଡ କ୍ରାସନା କର୍ପୋରେସନ ଦ୍ୱାରା ନିର୍ମିତ ହୋଇଛି।
BREAKING NEWS
- Redeveloped Kalinga Studio:ପୁନର୍ବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ର ଭବ୍ୟ ଲୋକାର୍ପଣ;ରହିଛି ସ୍ନୋ-ହାଉସ୍ ସହ ଏହି ସମସ୍ତ ବ୍ୟବସ୍ଥା
- Nigeria military aircraft: ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ; ୩୨ ଜଣଙ୍କୁ ନେଇ ଯାଉଥିଲା…
- ରଣଜୀ ଟ୍ରଫି: ଓଡିଶା ଦଳ ଘୋଷଣା, ଶୁଭ୍ରାଂଶୁଙ୍କୁ ପୂନର୍ବାର ଅଧିନାୟକ ଦାୟିତ୍ୱ
- Passenger carrying precious stones:କଷ୍ଟମ୍ସ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ;ବ୍ୟାଙ୍କକରୁ କୋଟିକୋଟି ମୂଲ୍ୟର ମୂଲ୍ୟବାନ ପଥର ଆଣୁଥିବା ଯାତ୍ରୀ ଗିରଫ
- ଭାଇରାଲ ହେଉଛି ଗିଲଙ୍କ ମଜାଦାର ବୟାନ
- ଅପେକ୍ଷାର ଘଟିବ ଅନ୍ତ: ଖୁବଶୀଘ୍ର ହେବ SI ପଦବୀ ଲାଗି ସାନି ପରୀକ୍ଷା
- Suspicious death of film director:ହୋଟେଲ୍ ରୁମ୍ରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଉଦ୍ଧାର
- ଏଲଏ୨୮ ଅଲିମ୍ପିକ୍ସ ପାଇଁ ହାଙ୍ଗଝୋଉ ଅପେକ୍ଷା ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ଭାରତ ପାଇଁ ଅଧିକ ସଫଳ
- ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଏକାସାଙ୍ଗରେ ବଛାଯିବ ୪ଟି ଭାରତୀୟ ଦଳ; ସିଲେକ୍ଟରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ
- ଖଲ୍ଲିକୋଟ କଲେଜ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ଥାନାରେ ୯ ଅଟକ

Comments are closed.