ଯାଜପୁର: ଅପହଞ୍ଚ ଇଲାକା ଭାବେ ପରିଚିତ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡ଼ା ରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛି ଜିଲ୍ଲା ପ୍ରଶାସନ। ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନର ଏକ ଟିମ୍ ନଗଡାରେ ପହଞ୍ଚି ବିଭିନ୍ନ ବ୍ୟବସ୍ଥା, ଯୋଜନା ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ନଗଡ଼ା ବାସୀ ପରିବାର ନିୟୋଜନ ନେଇ ସଚେତନ ନଥିବାରୁ ଜନସଂଖ୍ୟା ବୃଦ୍ଧି ପାଉଛି। ତେଣୁ ପରିବାର ନିୟୋଜନ ଓ ନିୟନ୍ତ୍ରଣ କରିବା ନେଇ ନଗଡ଼ା ବାସୀଙ୍କୁ ସଚେତନ କରାଇବାକୁ ସ୍ଥାନୀୟ ୨ ଜଣ ପୁରୁଷ ଓ ଜଣେ ମହିଳା ଙ୍କୁ ସ୍ବେଚ୍ଛାସେବୀ ଭାବେ ନିଯୁକ୍ତି ଦିଆଯାଇଛି। ଏଥିପାଇଁ ସେମାନେଙ୍କୁ ମାସିକ ୧ ହଜାର ଟଙ୍କା ପ୍ରଦାନ କରାଯିବ। ତେବେ ଜନ୍ମ ନିୟନ୍ତ୍ରଣ କରୁଥିବା ଦମ୍ପତି ମାନଙ୍କୁ ସରକାରୀ ସହାୟତା ଭାବେ ୫ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଥିସହିତ ନଗଡ଼ା ବାସୀଙ୍କ ପାଇଁ ପାଇଖାନା ନିର୍ମାଣ ହୋଇଥିଲେ ମଧ୍ୟ ସଚେତନତା ଅଭାବରୁ ତାହା ସେମାନେ ବ୍ୟବହାର କରୁନାହାନ୍ତି। ତେଣୁ ଏମାନଙ୍କୁ ପାଇଖାନା ବ୍ୟବହାର କରିବା ପାଇଁ ଘର ଘର ବୁଲି ଲୋକଙ୍କୁ ସଚେତନ କରିବେ ଏହି ସ୍ବେଚ୍ଛାସେବୀ।
BREAKING NEWS
- ମୋଷ୍ଟୱାଣ୍ଡେଡ୍ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାରକୁ ଗୁଳି କରି ହତ୍ୟା
- ଦୁଇ ସିଆରପି ନିର୍ବାଚନୀ ସଭାରେ ହୁଳହୁଳି ପକାଇ ନିଲମ୍ବିତ
- ହିଟ୍ ଆଣ୍ଡ ରନ୍ : ସୁରେଶ ରାଇନାଙ୍କ ୨ ଭାଇଙ୍କ ମୃତ୍ୟୁ
- ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନିଳାଦ୍ରୀ ମଣ୍ଡପ
- ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ବିଏସଏଫ୍ ଯବାନଙ୍କ ଗୁଳିରେ ଅନୁପ୍ରବେଶକାରୀ ନିହତ
- ଆସନ୍ତକାଲି ନାମାଙ୍କନ ଦାଖଲର ଶେଷ ତାରିଖ, ଆଜି କଂଗ୍ରେସ ଘୋଷଣା କରିବ ଆମେଠି ଓ ରାୟବରେଲି ଲୋକସଭା ଆସନର ପ୍ରାର୍ଥୀ
- ନବୀନ କଣ୍ଟାବାଞ୍ଜି ଆସନ ପାଇଁ ଭରିବେ ନାମାଙ୍କନ
- ଏଥର ୩୦୦ ପାର୍, ବୋଲରଙ୍କ ନିଦ ହଜାଉଛନ୍ତି ବ୍ୟାଟର୍ !
- ସ୍ୱପ୍ନ ସାକାର କରିବା ପାଇଁ ପନ୍ତ ଛାଡି ଦେଇଥିଲେ ରସମଲେଇ, ଚିକେନ, ବିରିୟାନୀ ଖାଇବା
- ନିର୍ବାଚନ ବେଳେ ରାହୁଲଙ୍କୁ ପାକିସ୍ତାନର ପୂର୍ବତନ ମନ୍ତ୍ରୀଙ୍କ ପ୍ରଶଂସା, କଡା ଜବାବ ଦେଲା ବିଜେପି