Latest Odisha News

ଉତ୍ତର ପ୍ରଦେଶ ରାଜ୍ୟପାଳଙ୍କୁ ମଧ୍ୟପ୍ରଦେଶରେ ଅତିରିକ୍ତ ଦାୟିତ୍ୱ

ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦି ବେନ ପଟେଲଙ୍କୁ ମଧ୍ୟପ୍ରଦେଶର ଅତିରିକ୍ତ ରାଜ୍ୟପାଳ ଦାୟିତ୍ୱ । ରାଷ୍ଟ୍ରପତି ଭବନରୁ ଜାରି ହୋଇଛି ଏସମ୍ପର୍କିତ ବିଜ୍ଞପ୍ତି । ମଧ୍ୟପ୍ରଦେଶ ରାଜ୍ୟପାଳ ଥିବା ଲାଲଜୀ ଟଣ୍ଡନଙ୍କ ବର୍ତ୍ତମାନ ଅସୁସ୍ଥ ଅଛନ୍ତି । ଗତ ୧୧ ତାରିଖରୁ ଲକ୍ଷ୍ନୌର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।

ଲାଲଜୀ ଟଣ୍ଡନଙ୍କ ଅନୁପସ୍ଥିତିରେ ଆନନ୍ଦି ବେନ୍ ପଟେଲ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ପୂର୍ବରୁ ଆନନ୍ଦି ବେନ୍ ପଟେଲ ମଧ୍ୟପ୍ରଦେଶ ରାଜ୍ୟପାଳ ଥିଲେ । ଗୁଜରାଟ ମୁଖ୍ୟମନ୍ତ୍ରୀ ପରେ ତାଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବରେ ନିଯୁକ୍ତି ମିଳିଥିଲା ।

ଗତବର୍ଷ ଆନନ୍ଦି ବେନ୍ ପଟେଲଙ୍କ ସ୍ଥାନରେ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବରେ ଲାଲଜୀ ଟଣ୍ଡନଙ୍କୁ ନିଯୁକ୍ତି ମିଳିଥିଲା । ସେହିପରି ସେ ଛତିଶଗଡ଼ର ରାଜ୍ୟପାଳ ଭାର ବି ସମ୍ଭାଳିଥିଲେ ।

Leave A Reply

Your email address will not be published.