Latest Odisha News

ଜୁଲାଇ ୧ରୁ କାଉଣ୍ଟରରେ ମଦ ବିକ୍ରି

ଭୁବନେଶ୍ୱର: ଲାଇସେନ୍ସପ୍ରାପ୍ତ ଠିପି ବନ୍ଦ ଏବଂ ଖୋଲଖ ମଦ ଦୋକାନଗୁଡିକ ଜୁଲାଇ ୧ ରୁ କାଉଣ୍ଟରରେ ମଦ ବିକ୍ରି କରିପାରିବେ ବୋଲି ରାଜ୍ୟ ସରକାର ମଙ୍ଗଳବାର ଘୋଷଣା କରିଛନ୍ତି।

ରାତିରେ ଭିଡ଼ ଏଡ଼ାଇବା ପାଇଁ ଦୋକାନଗୁଡ଼ିକ ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ଯାଏଁ ଖୋଲା ରହିବ ବୋଲି ଅବକାରୀ ବିଭାଗର ନିର୍ଦ୍ଦେଶରେ କୁହାଯାଇଛି। ଏଥିସହ ମଦର ହୋମ୍ ଡେଲିଭରି ମଧ୍ୟ ଜାରି ରହିବ ବୋଲି।

ଏହି ନିର୍ଦ୍ଦେଶରେ ଆହୁରି ମଧ୍ୟ କୁହାଯାଇଛି ଯେ ଠିପି ଖୋଲା ମଦ ଦୋକାନୀ ମାନେ ଅଫ୍ ସପ୍ ପାଇଁ ପ୍ରଯୁଜ୍ୟ ଅନ୍ୟାନ୍ୟ ନିୟମ ଅନୁସରଣ କରିବେ।

Comments are closed.