Latest Odisha News

BREAKING NEWS

ବାହୁଡା ପାଇଁ ରାତି ୧୦ରୁ ପୁରୀରେ କର୍ଫ୍ୟୁ, କଟକଣା କଡାକଡି

ପୁରୀ: ଆସନ୍ତାକାଲି ବାହୁଡାଯାତ୍ରା । ଏଥିପାଇଁ ପୁରୀରେ ଆରମ୍ଭ ହୋଇଛି ଜୋରସୋର ପ୍ରସ୍ତୁତି । ଆଡପମଣ୍ଡପରେ ସନ୍ଧ୍ୟା ଦର୍ଶନ ନୀତି ଚାଲିଛି । କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଏଥର ରଥଯାତ୍ରା ହେଉଛି । ସବୁ ସେବାୟତ ଓ ସୁରକ୍ଷା ଅଧିକାରୀଙ୍କ କରୋନା ଟେଷ୍ଟ କରାଯାଇଛି । ବାହୁଡା ଯାତ୍ରା ପାଇଁ ଆଜି ରାତି ୧୦ଟାରୁ ପୁରୀରେ କର୍ଫ୍ୟୁ ଲାଗୁ କରାଯିବ ।

ଅତିରିକ୍ତ ପୁଲିସ ଡିଜି କହିଛନ୍ତି, ଏଥର ବାହୁଡା ଯାତ୍ରାଙ୍କୁ ଶୃଙ୍ଖଳିତ କରାଯିବ । ରଥର ସୁରକ୍ଷା ଦୃଷ୍ଟିରୁ ଏକ ଆଉଟର କର୍ଡନ ରହିବ । କର୍ଫ୍ୟୁ ଓ ସଟଡାଉନ ନିୟମ ବଳବତ୍ତର ରହିବ । ବଡଦାଣ୍ଡ ଦୁଇକଡରେ ଥିବା କୋଠା ବାହାରକୁ କେହି ନ ବାହାରିବାକୁ ଏଡିଜି ଅପିଲ କରିଛନ୍ତି ।

ବାହୁଡାଯାତ୍ରା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କାଲି ସବୁ ନୀତିକାନ୍ତି ପରେ ଅପରାହ୍ନ ୧୨ଟାରୁ ରଥଟଣା ପାଇଁ ସମୟ ନିର୍ଘଂଟ କରାଯାଇଛି । ଏଥର ବାହୁଡା ଯାତ୍ରାରେ କୋଭିଡ ଟେଷ୍ଟରେ ନେଗେଟିଭ ଥିବା ସେବାୟତ ସାମିଲ ହେବେ ।

 

 

Leave A Reply

Your email address will not be published.